ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଭାରତର ଐତିହାସିକ ଆରମ୍ଭ, ୧୧୨ରେ ଇଂଲଣ୍ଡ ସୀମିତ

1 min read
Team India Creates History In Narendra Modi Stadium Against England Test

ଅହମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଐତିହାସିକ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ୪ ଟିକିଆ ପିଙ୍କ ବଲ୍ ଟେଷ୍ଟ ସିରିଜରେ ଭାରତକୁ ମିଳିଛି ବଡ଼ ଉପଲବ୍ଧି । ପୂର୍ବରୁ ୧-୧ରେ ସିରିଜ୍ ବରାବର ଥିବାବେଳେ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଅଲଆଉଟ୍ ହୋଇଛି ଇଂଲଣ୍ଡ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ପାଳିରେ ମାତ୍ର ୧୧୨ ରନ୍ କରିବାରେ ସକ୍ଷମ ହୋଇଛି । ଭ୍ରମଣକାରୀ ଦଳ ୪୮ ଓଭର୍ ୪ ବଲରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୨ ରନ୍ କରିଛି ।

Team India Creates History In Narendra Modi Stadium Against England Test

ଇଂଲଣ୍ଡ ପକ୍ଷରୁ ଜାକ କ୍ରଲ୍ଲି ୮୪ ବଲରେ ସର୍ବାଧିକ ୫୩ ରନ୍ କରିଥିବା ବେଳେ ଦଳର ଅଧିନାୟକ ରୁଟ୍ ୩୭ ବଲରେ ୧୭ ରନ୍ କରିଛନ୍ତି । ଡି. ସିବଲେ, ବେୟାରଷ୍ଟୋ ଯଥାକ୍ରମେ ଭାରତୀୟ ବୋଲରଙ୍କ ୭ ଓ ୯ଟି ଲେଖାଏଁ ବଲର ସାମ୍ନା କରିଥିଲେ ହେଁ କୌଣସି ରନ୍ ନକରି ଆଉଟ୍ ହୋଇଛନ୍ତି । ଏହାଛଡ଼ା ଷ୍ଟୋକ୍ସ ୨୪ ବଲରେ ୬ ରନ୍ କରିଥିବା ବେଳେ ୧୨ ବଲରେ ଏକ ରନ୍ କରିଛନ୍ତି ଓଲି ପପ୍ । ସେହିଭଳି ଜାକ ଲିଚ୍ ଓ ବ୍ରଡ୍ ୩ ରନ୍ ଲେଖାଏଁ କରି ଆଉଟ୍ ହୋଇଛନ୍ତି ।

Team India Creates History In Narendra Modi Stadium Against England Test

ଭାରତ ପକ୍ଷରୁ ଘାତକ ବୋଲିଂ କରି ଭ୍ରମଣକାରୀ ଦଳର ନିଦ ହଜାଇ ଦେଇଛନ୍ତି ଅକ୍ସର । ଭାରତ ପାଇଁ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିଅରରେ ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ଅକ୍ସର ପଟେଲ ୬ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ୱିକେଟ୍ ନେଇଛନ୍ତି । ଭାରତୀୟ ସ୍ପିନରଙ୍କ ଆଗରେ ହାର୍ ମାନିଥିବା ଇଂଲଣ୍ଡର ୭ ବ୍ୟାଟ୍ସମ୍ୟାନ ୨ ଅଙ୍କ ରନ୍ କରିପାରି ନାହାଁନ୍ତି । ପ୍ରଥମ ଇଂନିସ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଡିନର ବ୍ରେକ୍ ସୁଦ୍ଧା ୫ ରନ୍ କରିଛି ।

Leave a Reply