spot_img

Latest Posts

ଆତଙ୍କବାଦୀଙ୍କ ଟାର୍ଗେଟରେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛି ଦିଲ୍ଲୀ ପୋଲିସ ।

ନାସନାଲ ଇଭେଷ୍ଟିକେସନ ଏଜେନ୍ସି (NIA) ହାତରେ ଏକ ବେନାମୀ ଚିଠି ପଡ଼ିଛି, ଯେଉଁଥିରୁ ଜଣାପଡ଼ିଛି ଯେ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ଏବେ ଆତଙ୍କବାଦୀଙ୍କ ନଜର ରହିଛି ।

ନଭେମ୍ବର ୩ ତାରିଖ ଦିଲ୍ଲୀ ସ୍ଥିତ ଅରୁନ ଜେଟଲୀ ଷ୍ଟାଡ଼ିୟମରେ ଟି- ୨୦ ଇଣ୍ଟରନାସନାଲ ମ୍ୟାଚରେ ଭାରତ ବାଙ୍ଗଲାଦେଶକୁ ସାମ୍ନା କରିବ । ତେଣୁ ଏହାକୁ ନଜରରେ ରଖି ଭାରତୀୟ କ୍ରିକେଟ ଟିମର ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀ ପୋଲିସ ସୂଚନା ମୁତାବକ ଉକ୍ତ ବେନାମୀ ଚିଠିରେ ବିରାଟ କୋହଲିଙ୍କ ନାଁ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହା, ଲାଲକୃଷ୍ଣ ଆଡ଼ଭାନି, ଜେ.ପି ନଡ୍ଡା ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭଗବତଙ୍କ ନାଁ ଉଲ୍ଲେଖ ରହିଛି । ଖବର ପାଇବା କ୍ଷଣି NIA ଚିଠିଟିକୁ BCCIକୁ ପଠାଇଥିଲା ।

ସୂଚନା ଅନୁଯାୟୀ, ଅଲ ଇଣ୍ଡିଆ ଲସ୍କର, କୋଜିକୋଡ୍ ଏବଂ କେରଳରେ ଥିବା ଆତଙ୍କବାଦୀ ବେସ୍ କ୍ୟାମ୍ପ ଗୁଡ଼ିକ କୋହଲିଙ୍କୁ ଟାରଗେଟ କରିପାରନ୍ତି । ')}

Latest Posts

Don't Miss