ଟି-୨୦ ବିଶ୍ବକପ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି । ଆଜି ଭାରତ ଓ ଆମେରିକା ମଧ୍ୟରେ ଖେଯାଇଥିବା ମ୍ୟାଚରେ ବଡ଼ ରୋମାଞ୍ଚ ଦେଖିବାକୁ ମିଳିଛି । ଭଲ ଫର୍ମରେ ରହିଥିବା ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ସବୁ ହରାଇ ଚାଲିଥିଲା । ଏପରିକି ଦଳୀୟ ସ୍କୋର ୧୦୦ ଟପିବା ନେଇ ଆଶଙ୍କା ଦେଖାଦେଇଥିଲା । ମାତ୍ର ଏଭଳି ସ୍ଥିତିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କର ଚମକ ଦେଖାଇଥିଲେ । ସୂର୍ଯ୍ୟ ଗୋଟିଏ ପଟେ ଧୈର୍ଯ୍ୟର ସହ ଶେଷ ପର୍ଯ୍ୟନ୍ତ ଖେଳି ୪୯ଟି ବଲରୁ ୮୪ ରନ୍ ସଂଗ୍ରହ କରିଥିଲେ । ସେଥିରେ ୪ଟି ଛକା ଓ ୧୦ଟି ଚୌକା ସାମିଲ ଥିଲା । ଯାହାଫଳରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ଆମେରିକା ଆଗରେ ୯ ଓ୍ବିକେଟ ହରାଇ ୧୬୧ ରନ୍ ସଂଗ୍ରହ କରବାକୁ ସକ୍ଷମ ହୋଇଥିଲା । ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ଟପି ପାରିନଥିଲେ ।
ଆଜି ଆମେରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଓପନର ଅଭିଷେକ ଶର୍ମା ଶୂନ ରନରେ ଆଉଟ ହୋଇ ଭାରତକୁ ବଡ଼ ଝଟକା ଦେଇଥିଲେ । ଏହା ପରେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ । ମାତ୍ର ଗୋଟିଏ ପଣେ ଖୁଣ୍ଟ ଭଳି ସୂର୍ଯ୍ୟ ଛିଡ଼ା ହୋଇଥିଲେ, ଯାହାକି ଦଳକୁ ଏକ ବଡ଼ ସହାୟ ହୋଇଥିଲା । ଆମେରିକା ପକ୍ଷରୁ ଶାଡଲେ ଭାନ ଶାଲକଓ୍ବିକ ସର୍ବାଧିକ ୪ଟି ଓ୍ବିକେଟ ଓ ହରମିତ ସିଂହ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ । ସେହିପରି ଆଜିର ଅନ୍ୟ ଦୁଇଟି ମ୍ୟାଚ ମଧ୍ୟ ଖେଳାଯାଇଥିଲା । ନେଦରଲାଣ୍ଡସ ବିପକ୍ଷରେ ପାକିସ୍ତାନ ୩ ଓ୍ବିକେଟରେ ବିଜୟୀ ହୋଇଥିବା ବେଳେ ସ୍କଟଲାଣ୍ଡ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ୩୫ ରନରେ ବିଜୟୀ ହୋଇଥିଲା ।

