ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ହରାଇଲା ଭାରତ

କୋଲକାତା: ଟିମ ଇଣ୍ଡିଆର ବଡ଼ ବିଜୟ। ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ହରାଇଲା ଭାରତ। ଜାଡେଜା ଘାତକ ବୋଲିଂ କରିବା ସହ ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏହାସହ ସାମି ଏବଂ କୁଲଦୀପ ଯାଦବ ୨ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ସିରାଜ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ସୁପର ସନଡେରେ ସୁପର ଫାଇଟ୍ । ଭାରତ ଦକ୍ଷିଣ ଆଫ୍ରିକାକୁ ଦେଲା ୩୨୭ ରନର ଟାର୍ଗେଟ୍  । ଜନ୍ମଦିନରେ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ବିରାଟ କୋହଲି । ୪୯ ତମ ଶତକ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ । ୧୨୧ ବଲରେ ୧୦୧ ରନ କଲେ ବିରାଟ କୋହଲି । ବିଶ୍ବକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ମହାଲଢ଼େଇ । ଇଡେନ୍ ଗାର୍ଡେନରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନ ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଉଭୟ ଦଳ ଏବେ ସେମିଫାନାଲରେ ପ୍ରବେଶ କରିସାରିଛନ୍ତି । ରୋହିତ ଶର୍ମା ୨୪ ବଲରେ ୪୦ ରନ କରିଥିବାବେଳେ ଶୁବମନ ଗିଲ ୨୩ ରନ କରି କେଶବ ମହାରାଜଙ୍କ ଶିକାର ହୋଇଥିଲେ । ତେବେ ଶ୍ରେୟସ ଆୟାରେ ୮୭ ବଲରେ ୭୭ ରନ କରିଥିବାବେଳେ ନେଗିଡିଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ବିରାଟ କୋହଲି ଓ ଲୋକେଶ ରାହୁଲ । ୭ଟି ମ୍ୟାଚରୁ ସବୁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ୭ଟିରୁ ୬ଟିରେ ବିଜୟଲାଭ କରି ଦ୍ବିତୀୟରେ ରହିଛି ସାଉଥଆଫ୍ରିକା । ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ । ଭାରତ ୨ଟିରେ ବିଜୟ ଲାଭ କରିଥିବା ବେଳେ ୩ଟି ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା । ଉଭୟ ଦେଶ ମଧ୍ୟରେ ମୋଟ ୯୦ଟି ଦିନିକିଆ ଖେଳାଯାଇଥିବା ବେଳେ, ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛନ୍ତି ।

ଭାରତର ବିରାଟ ବିଜୟ । ସାଉଥ ଆଫ୍ରିକାକୁ ୨୪୩ ରନରେ ଅଲଆଉଟ କରିଛି ଭାରତ । କୋଲକାତାର ଇଡେନ ଗାଡେନ୍ସରେ ଚାଲିଥିବା ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଚଳିତ ବିଶ୍ବକପରେ ନିଜର ବିଜୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ ।ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ଲକ୍ଷ୍ୟ ରଖିଥିଲା ଟିମ ଇଣ୍ଡିଆ । ନିଜର ଘାତକ ବୋଲିଂର ପ୍ରଦର୍ଶନ କରି ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକା ଟିମକୁ ଧୂଳି ଚଟାଇଥିଲେ । ଦକ୍ଷିଣ ଆଫ୍ରିକା ମାତ୍ର ୮୩ ରନରେ ଅଲଆଉଟ ହୋଇଯାଇଥିଲା । ଦଳପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ତିଷ୍ଠିପାରିନଥିଲେ । ଦଳ ପକ୍ଷରୁ ମାର୍କୋ ଜାନସେନ ୧୪ ରନ ଓ ରାସି ଭାନ ଡର୍ ଦୁସେନ ୧୩ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୫ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସମି ଓ କୂଳଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା ୪୦ ରନ ଓ ଶୁଭମନ ଗିଲ୍ ୨୩ ରନ କରି ଆଉଟ ହେବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଭାରତର ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେବାରେ ସହାୟକ ହୋଇଥିଲା । ଶ୍ରେୟସ ଆୟର ୭୭ ରନରେ ଆଉଟ ହେବା ପରେ କେଏଲ ରାହୁଲ ମାତ୍ର ୮ ରନରେ ଆଉଟ ହୋଇଥିଲେ । ବିରାଟ କୋହଲି ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୫୦ ଓଭରରେ ୩୨୬ ରନରେ ପହଞ୍ଚାଇଥିଲେ । ବିରାଟ କୋହଲି ସର୍ବାଧିକ ୧୦୧ ରନ କରିଥିଲେ