ସେମାନେ ଆସିଲେ ଓ ଗଲେ,ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ଲଜ୍ଜାଜନକ ପ୍ରଦର୍ଶନ

ଏଡିଲେଡ୍ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛନ୍ତି । ଆଜି ଏମିତି ଲାଗୁଥିଲା ଯେମିତି ଭାରତୀୟ ବ୍ୟାଟସମ୍ୟାନ୍ ଜଲଦିରେ ଅଛନ୍ତି । ସେମାନେ ପ୍ୟାଭିଲିୟନରୁ ପଡିଆକୁ ଆସୁଥିଲେ ଓ ଜଣକ ପରେ ଜଣେ ପାଭିଲିୟନକୁ ଫେରି ଯାଉଥିଲେ ।  ପେଟ୍ କମିଂସ ଓ ଜୋସ ହେଜଲବୁଡ ମିଳିତ ଭାବେ ଆଜି ଟିମ୍ ଇଣ୍ଡିଆକୁ ନିଜ ବୋଲିଂରେ ନଚାଇଥିଲେ । ପ୍ରଥମ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ଭଲ ଲିଡ୍ ହାସଲ କରିବାକୁ ଚାହୁଁଥିଲା । ଏକ ବଡ ସ୍କୋର ଛିଡା କରି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ପାଇଁ ସବୁ ରାସ୍ତା ବନ୍ଦ କରିବା ଲକ୍ଷ୍ୟରେ ଥିଲା ।  କିନ୍ତୁ ତୃତୀୟ ଦିନ ଖେଳ ଆରମ୍ଭ ହେବା ସହ ପେଟ୍ ଓ ହେଜଲବୁଜ୍ ଜୋଡି ଅଷ୍ଟ୍ରେଲିଆ ପାଇଁ ମୋର୍ଚ୍ଚା ସମ୍ଭାଳିଥିଲେ ।

ଏହା ପରେ ଜଣକ ପରେ ଜଣେ ଭାରତୀୟ ବ୍ୟାଟସମ୍ୟାନ୍ ଏହି ଦୁଇ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ । ଲାଗୁଥିଲା ଭାରତୀୟ ବ୍ୟାଟସମ୍ୟାନ୍ ଏହି ଦୁଇ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି । ଭାରତ ୯ ୱିକଟରେ ୩୬ ରନ କରି ଇନିଂସ ଡିକ୍ଲାର କରିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ୍ କ୍ରିକେଟରେ ଭାରତର ସବୁଠାରୁ କମ ସ୍କୋରର ରେକର୍ଡ ୪୨ ରନ୍ ରହିଥିଲା । ଜୁନ୍ ୧୯୭୪ ମସିହାରେ ଭାରତ ଇଂଲଣ୍ଡ ବିରୋଧରେ ମାତ୍ର ୪୨ ରନରେ ଅଲ ଆଉଟ୍ ହୋଇଥିଲା । ସେହିଭଳି ୧୯୪୭ରେ ଭାରତ ଅଷ୍ଟ୍ରେଲିଆ ବିରୋଧରେ ପର୍ଥ ଟେଷ୍ଟରେ ୫୮ ରନରେ ଅଲ ଆଉଟ୍ ହୋଇଥିଲା ।

team india

ଖରାପ ପ୍ରଦର୍ଶନର ରେକର୍ଡ

ଭାରତ ୧୯ ରନରେ ହିଁ ୬ ୱିକେଟ୍ ହରଇଥିଲା । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ମଧ୍ୟ ଏତେ କମ ସ୍କୋର କରିନଥିଲା । ଅଷ୍ଟ୍ରେଲିଆ ବିରୋଧରେ ଭାରତ ଏଭଳି ରେକର୍ଡ ୧୯୪୭ରେ ପର୍ଥ ଟେଷ୍ଟରେ କରିଥିଲା । ପର୍ଥରେ ଭାରତ ନିଜର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳି ମାତ୍ର ୨୩ ରନରେ ନିଜର ୫ ୱିକେଟ୍ ହରାଇଥିଲା । ସେହି ଟେଷ୍ଟ୍ ମ୍ୟାଚରେ ଭାରତୀୟ ଟିମ୍ ୫୮ ରନରେ ଅଲଆଉଟ୍ ହୋଇଥିଲା ।

ବୁମରାହ ନାଇଟ୍ ୱାଚମ୍ୟାନ୍ ହୋଇ ଆସିଥିଲେ କିନ୍ତୁ..

austrelia

ଦ୍ୱିତୀୟ ଥର ପାଇଁ ପୃଥ୍ୱୀ ଶ’ ଶସ୍ତାରେ ଆଉଟ୍ ହେବା ପରେ ବିରାଟ କୋହଲି ଶୁକ୍ରବାର ଦିନ ଜସପ୍ରିତ ବୁମରାହଙ୍କୁ ନାଇଟ୍ ୱାଚମ୍ୟାନ୍ ଭାବେ ପଡିଆକୁ ପଠାଇଥିଲେ । ବୁମରାହ ନିଜ ଭୂମିକାକୁ ତୁଲାଇଥିଲେ । କିନ୍ତୁ ଆଜି ମ୍ୟାଚ୍ ଆରମ୍ଭ ହେବା ସହ ସେ ପେଟ୍ କମିଂସଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ସେତେବେଳେ ଭାରତର ସ୍କୋର ୧୫ ଥିଲା ।

୧୦ ଛୁଇଁ ପାରିଲେନି କୌଣସି ବ୍ୟାଟସମ୍ୟାନ୍

୩୬ ରନରେ ଭାରତ ଇନିଂସ ଡିକ୍ଲାର କରିଥିବା ବେଳେ କୌଣସି ବ୍ୟାଟସମ୍ୟାନ୍ ୧୦ ରନ୍ ମଧ୍ୟ କରି ପାରି ନାହାନ୍ତି । ଅଧିନାୟକ ବିରାଟ କୋହଲି ମଧ୍ୟ ଶସ୍ତାରେ ଆଉଟ୍ ହୋଇଥିଲେ । ବିରାଟଙ୍କ ୱିକେଟର ପତନ ବେଳକୁ ଟିମ୍ ଇଣ୍ଡିଆର ସ୍କୋର ଥିଲା ୧୬ ।

Leave a Reply