ଆମେରିକାର ଏକ ସ୍କୁଲରେ ଆଖିବୁଜା ଫାୟାରିଂ

ମିସୌରୀ: ଯୁକ୍ତରାଷ୍ଟ୍ର ଆମେରିକାର ଏକ ସ୍କୁଲରେ ଆଖିବୁଜା ଫାୟାରିଂ। ମିସୌରୀ ସ୍ଥିତ ସେଣ୍ଟ ଲୁଇସ୍ ହାଇସ୍କୁଲ ପରସିରରେ ଗୁଳିକାଣ୍ଡରେ ତିନି ଜଣଙ୍କ ମୃତ୍ୟୁ । ୬ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ନାବାଳିକା ଅଛନ୍ତି । ୬ ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ ସ୍କୁଲ ପରିସରରେ ପହଞ୍ଚିଥିବା ବେଳେ ପୋଲିସ ଗୁଳିରେ ଆତତାୟୀର ମୃତ୍ୟୁ ହୋଇଛି । ସ୍କୁଲରେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ସେହି ସ୍କୁଲର ପୂର୍ବତନ ଛାତ୍ର ବୋଲି ଜଣାପଡ଼ିଛି ।

ତେବେ ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ି ନଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଠାରୁ ଏକ ହାଇକାପାସିଟି ଗନ୍ ସହ ଲୋଡେଡ ମାଗାଜିନ ଜବତ କରାଯାଇଛି ।