spot_img

Latest Posts

ବାଲିଘାଟ ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ

ମୟୂରଭଞ୍ଜ: ବାଲିଘାଟ ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ତହସିଲ ବଡମୁଣ୍ଢାବଣି ଗାଁ ନିକଟରେ ଥିବା ଜମ୍ଭୀରା ନଦୀରେ ବେଆଇନ ଭାବେ ଚାଲିଥିବା ବାଲିଘାଟ ବନ୍ଦ ପାଇଁ ଯାଇଥିବା ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକଙ୍କୁ ଅଟକ ରଖିଲେ ଗ୍ରାମବାସୀ। ସୂଚନା ଅନୁଯାୟୀ, ଆଜି ତହସିଲଦାର ବଡମୁଣ୍ଢାବଣି ଗାଁ ରେ ପହଞ୍ଚି ବେଆଇନ ବାଲିଘାଟ ବନ୍ଦ ସହ ନଦୀକୁ ଯାଇଥିବା ରାସ୍ତାକୁ ଜେସିବି ଲଗାଇ ଖୋଳି ଦେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟି ଆଗକୁ ଧାନ ଅମଳର ସମୟ ଥିବାରୁ ରାସ୍ତା ଖୋଳିଲେ କେମିତି ଚାଷ ଜମିରୁ ଧାନ ଆଣିବେ ।

ରାସ୍ତା ଖୋଳିବା କାରଣରୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେବ । ତେବେ ତହସିଲଦାର ଖୋଳିଥିବା ରାସ୍ତାକୁ ମରାମତି କରିବା ପରେ ତହସିଲଦାରଙ୍କୁ ଗ୍ରାମବାସୀ ଛାଡ଼ିବେ ବୋଲି କହିଛନ୍ତି । ତେବେ ଖୋଳିବାକୁ ଆସିଥିବା ଜେ.ସି.ବି ମେସିନକୁ ମଧ୍ୟ ଅଟକ ରଖିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ମୋରଡ଼ା ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

Latest Posts

Don't Miss