ତେଜସ୍ବୀଙ୍କ ପାଖରେ ୨ଟି ଭୋଟର କାର୍ଡ ଥିବା ଘଟଣା : ନୀତିଶ ସରକାରଙ୍କୁ କହିଲେ…

ନନ୍ଦିଘୋଷ ବ୍ୟୁରୋ: ବିହାରର ନିର୍ବାଚନ ତାରିଖ ଯେତିକି ପାଖଉଛି ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ବିରୋଧୀ ଏବଂ ସରକାରଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବୟାନବାଜି ଜାରି ରହିଛି । ଯାହାକି ଗଣମାଧ୍ୟମରେ ଶିରୋନାମା ପାଲଟିଛି । ଅନ୍ୟପଟେ ବିରୋଧୀ ଦଳ ତେଜସ୍ବୀ ଯାଦବଙ୍କ ପାଖରେ ୨ଟି ଭୋଟର କାର୍ଡ ରହିଥିବା ଘଟଣାକୁ ନେଇ ଏବେ ବିହାର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଯାହାର ଉତ୍ତର ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ତେଜସ୍ବୀ ।
ମଙ୍ଗଳବାର ଶିବୁ ସୋରେନ ଅନ୍ତିମ ଦର୍ଶନ ପାଇଁ ପାଟନାରୁ ଝାଡ଼ଖଣ୍ଡ ବାହାରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଅଶ୍ନର ଉତ୍ତର ରଖିଛନ୍ତି ତେଜସ୍ବୀ । ସେ କହିଛନ୍ତି କି, ମୋ ପାଖରେ ରହିଥିବା ଦୁଇଟି ଭୋଟର କାର୍ଡ ସମ୍ପର୍କରେ ମୁଁ ଆପଣଙ୍କୁ ଜଣାଇବି । ଆଗାମୀ ଦିନରେ କୋର୍ଟରେ ଏହାର ଉତ୍ତର ମଧ୍ୟ ରଖାଯିବ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି, ବିହାରରେ ବୁଥ ଅନୁସାରେ ଭୋଟରଙ୍କ ନାମ ତାଲିକାରେ ନାହିଁ । ଯାହାକି ଆମେ ନିର୍ବାଚନ କମିଶନଙ୍କ ଜଣାଇଛୁ । ଏନେଇ ମଧ୍ୟ ଆମେ ଅଭିଯୋଗ କରିଥିବାବେଳେ କୋର୍ଟରେ ବିଚାର କରାଯିବ ।
କେବଳ ଏତିକି ନୁହେଁ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ନୀତିଶ ସରକାରଙ୍କ ଟାର୍ଗେଟ କରିଛନ୍ତି ତେଜସ୍ବୀ । ବିରୋଧୀମାନେ ନିର୍ବାଚନ ପୂର୍ବରୁ ଜନତାଙ୍କୁ ଯେଉଁ ପ୍ରତିଶୃତି ଦେଉଛନ୍ତି ସରକାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ଏପରିକି ପୂର୍ବ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ଶେଷ ସମୟରେ ପୂରଣ କରୁଛନ୍ତି । ବିରୋଧୀଙ୍କୁ ଫଲୋ କରୁଛନ୍ତି ସରକାର । ଆଗକୁ ଆମେ କହିଥିବା କିଛି ଯୋଜନା ମଧ୍ୟ କାର୍ଯ୍ୟକାରୀ ମଧ୍ୟ କରିପାରନ୍ତି ।