spot_img

Latest Posts

ଲାଲୁ,ଗିରିରାଜ ଓ ଝଟକା ମଟନ, ତେଜସ୍ୱୀ କହିଲେ ବିମାନରେ କ’ଣ ହୋଇଥିଲା ?

ପାଟନା: କୁହାଯାଏ ଯେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ବହୁତ ଭଲ ମଟନ୍ ତିଆରି କରନ୍ତି। ନିକଟରେ ବିଜେପି ସାଂସଦ ଗିରିରାଜ ସିଂଙ୍କ ସହ ବିମାନରେ ଦେଖା ହୋଇ ଯାଇଥିଲେ ଲାଲୁ  ।  ଦୁଇ ନେତାଙ୍କ ମଧ୍ୟରେ ଅନେକ ସମୟ ଧରି ଆଲୋଚନା ହୋଇଥିଲା । ଠିକ୍‌ ଏତିକି ବେଳେ ଲାଲୁ ଗିରିରାଜଙ୍କୁ ଝଟକା-ମଟନ୍ ଖୁଆଇବାକୁ କହିଥିଲେ  । କଥା ଏମିତି ସ୍ତରରେ ପହଞ୍ଚିଥିଲା ଯେ ତେଜସ୍ୱୀ ଯାଦବଙ୍କୁ ସିଏମ୍ କରିବା ପାଇଁ ଆଲୋଚନା ହୋଇଥିଲା। ଏବେ ତେଜସ୍ୱୀ ନିଜେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।

RJD ନେତା ଲାଲୁ ଯାଦବ ଏବଂ ବିହାରର ବରିଷ୍ଠ ବିଜେପି ନେତାଙ୍କ ବିମାନ ଭେଟଘାଟକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଗିରିରାଜଙ୍କ ବିସ୍ଫୋରକ ବିବୃତ୍ତି ବିହାରର ରାଜନୈତିକ ତାପମାତ୍ରା ବୃଦ୍ଧି କରିଛି। ଦିଲ୍ଲୀରୁ ପାଟନା ଫେରୁଥିବା ବେଳେ ଦୁଇ ନେତାଙ୍କ ବିମାନରେ ଆଲୋଚନା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି । ଏହି ଆଲୋଚନା ବେଳେ ତେଜସ୍ବୀ ଯାଦବ ମଧ୍ୟ ସେଠାରେ ଥିଲେ  ।

ଡେପୁଟି ସିଏମ ତେଜସ୍ବୀ ଯାଦବଙ୍କ ବୟାନ ମୁତାବକ ଗିରିରାଜ ଓ ଲାଲୁ ଯାଦବଙ୍କ ମଝିରେ ବସି ସେ ବିମାନରେ ଯାତ୍ରା କରୁଥିଲେ  । ତାଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ସାଂସଦ ଓ ତାଙ୍କ ବାପା ଲାଲୁଙ୍କ ମଧ୍ୟରେ ଏମିତି କିଛି ଆଲୋଚନା ହୋଇନଥିଲା  । ବରଂ ଗିରିରାଜ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି  ।

ସେ ପାଟନାରେ ଅବତରଣ କରିବା ମାତ୍ରେ ଗିରିରାଜ ସିଂ ତାଙ୍କ ପିତାଙ୍କୁ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରିଥିଲେ । ଏଥିସହ ସେ ଲାଲୁ ଯାଦବଙ୍କ ଠାରୁ ମଟନ୍ ପାର୍ଟି ମାଗିଥିଲେ। ଯାହାର ଉତ୍ତର ଅତି କୌତୁହଳପୂର୍ଣ୍ଣ ଭାବେ ଦେଇଥିଲେ ଲାଲୁ ଯାଦବ  ।

 

କିଛି ମାସ ପୂର୍ବେ ଲାଲୁ ଯାଦବଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ମଟନ୍ ରାନ୍ଧୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିବାଦ ଆରମ୍ଭ କରିଦେଇଥିଲା ବିଜେପି । ହିନ୍ଦୁଙ୍କୁ ହଲାଲ ନୁହେଁ ବରଂ ଝଟକା ଖାଇବା ଉଚିତ୍‌ ବୋଲି କହିଥିଲା ବିଜେପି  । ଖୋଦ୍‌ ଗିରିରାଜ ସିଂନିଜେ ମାଂସାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି  । ଏହି କାରଣରୁ ଲାଲୁ ଯାଦବ ତାଙ୍କୁ ଥଟ୍ଟା କରି କହିଥିଲେ, ‘ଆମେ ତୁମକୁ ଝଟକା ମଟନ୍ ଖାଇବାକୁ ଦେବୁ’।

Latest Posts

Don't Miss