ପୁଅର ମୃତ୍ୟୁ ଖବର ପାଇ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଜଣଙ୍କ ମୃତ୍ୟୁ

1 min read

ହାଇଦ୍ରାବାଦ: କୁହୁଡ଼ି ପାଇଁ ବଢ଼ୁଛି ଦୁର୍ଘଟଣା । ବଡ଼ଦିନରେ ଆସିଲା ଦୁଃଖଦ ଖବର। ସୋମବାର ସକାଳୁ ସକାଳୁ ଘଟିଛି ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରିବାରର ୪ଜଣଙ୍କ ସମେତ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ କୁହୁଡ଼ି ପାଇଁ NH 186ରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରବିବାର ରାତିରେ ଘନ କୁହୁଡି ପାଇଁ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ପରିବାର ଲୋକେ ସେଠାକୁ ଯାଉଥିବାବେଳେ ପରିବାର ଲୋକଙ୍କ ଗାଡ଼ି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି ।

ରାମାଓ୍ବତ କେଶବ ଏବଂ ତାଙ୍କ ବନ୍ଧୁଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ କେଶବଙ୍କ ପରିବାର ଲୋକେ ଏକ ଟାଟା ସୁମୋରେ ଘଟଣାସ୍ଥଳକୁ ଯାଉଥିଲେ । ୭ଜଣ ଏହି ଗାଡ଼ିରେ ଯାଉଥିବାବେଳେ ଟାଟା ସୁମୋ ଦୁର୍ଘଟଣାର ଶିକାର ହୋଇଥିଲା । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବାକି ଲୋକ ଗୁରୁତର ଆହତ ହୋଇଛି । ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା ।