spot_img

Latest Posts

ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୧୦ମୃତ୍ୟୁ, ୨୦ରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ: ତେଲେଙ୍ଗାନାରେ ବଡ଼ ଅଘଟଣ, ଏକ କେମିକାଲ ଫ୍ୟାକ୍ଟିରେ ବଡ ବିସ୍ଫୋରଣ । ସାଙ୍ଗାରେଡ୍ଡି ଜିଲ୍ଲାରେ ସିଗାଚି କେମିକାଲ୍ ପରିସରରେ ବିସ୍ଫୋରଣ ହୋଇଛି । ଏଥିରେ ୧୦ ଜଣ ମୃତ, ୨୦ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ବହୁ ଦୂରକୁ ଛିଟିକି ପଡ଼ିଥିଲେ ଲୋକେ । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଫଳରେ ଅନେକ କର୍ମଚାରୀ ଆହତ ହୋଇଥିବାବେଳେ କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ଏହି କାରଖାନାରେ ଓଡ଼ିଶା, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟର ବହୁ ଶ୍ରମିକ କାମ କରୁଥିଲେ । ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲାପାଳ ଅନୁଧ୍ୟାନ କରିଛନ୍ତି ।

ତେଲେଙ୍ଗାନାର ଏକ ରାସାୟନିକ କାରଖାନାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ସମଗ୍ର ଅଞ୍ଚଳରେ ଧୂଆଁ ଦେଖାଯାଇଥିଲା। ନିଆଁର ଜ୍ୱାଳା କାରଖାନାକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିଥିଲା । ଫ୍ୟାକ୍ଟିରେ ଶ୍ରମିକମାନେ କାମ କରୁଥିଲେ ଜୋରରେ ବିସ୍ଫୋରଣ ଶୁଣି କର୍ମଚାରୀମାନେ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ହେଲେ ସେହି ସମୟରେ ଅନେକ ଶ୍ରମିକ ଫସି ଯାଇଥିଲେ।  ଏହି ସମୟରେ, ତେଲେଙ୍ଗାନା ଅଗ୍ନିଶମ ଅଧିକାରୀ ଦୁର୍ଘଟଣାର ନିଶ୍ଚିତ କରି କହିଛନ୍ତି ଯେ ସାଙ୍ଗାରେଡିର ମେଡକରେ ଥିବା ପାସମାଇଲାରାମ ଫେଜ୍ 1 ସିଗାଚି ଫାର୍ମା କମ୍ପାନୀର ଏକ ରିଆକ୍ଟର ବିସ୍ଫୋରଣ ହୋଇଛି। ଘଟଣାସ୍ଥଳକୁ ୧୧ଟି ଦମକଳ ଗାଡ଼ି ପହଞ୍ଚିଛି। ପ୍ରାୟ ୧୫-୨୦ ଜଣ ଆହତ ହୋଇଛନ୍ତି।

 

Latest Posts

Don't Miss