spot_img

Latest Posts

ଶ୍ରୀଲିଙ୍ଗରାଜ, କପିଳାଶ, ବଳଦେବଜୀୟୁ, ସମଲେଶ୍ୱରୀ ଓ ମାଆ ତାରାତାରିଣୀ ମନ୍ଦିରରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର/ଢେଙ୍କାନାଳ: ଆଜିଠୁ ଖୋଲିଲା ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାଶ ମନ୍ଦିର । ପ୍ରଥମ ଦିନରେ ସେବାୟତଙ୍କ ପରିବାର ଦର୍ଶନ କରୁଛନ୍ତି ମହଦେବଙ୍କୁ । ଏଥିପାଇଁ ସେବାୟତଙ୍କ କୋଭିଡ ପରୀକ୍ଷା ମଧ୍ୟ କରାଯାଇଛି । ଏବଂ ଆସନ୍ତାକାଲିଠାରୁ ଜିଲ୍ଲାବାସୀଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ସେହିପରି ଆସନ୍ତା ୧୪ ତାରିଖରୁ ସମସ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ଅନ୍ୟପଟେ ବାବାଙ୍କୁ ଦର୍ଶନ କରୁଛନ୍ତି ରାଜଧାନୀବାସୀ । ଆଜିଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ରାଜଧାନୀବାସୀଙ୍କୁ ମିଳିଛି ସୁଯୋଗ । ଆଜିଠାରୁ ୫ ପର୍ଯ୍ୟନ୍ତ ଭୁବନେଶ୍ୱର ବାସିନ୍ଦା ବାବାଙ୍କୁ ଦର୍ଶନ କରୁଛନ୍ତି । ୨୭ ତାରିଖରୁ ସେବାୟତ ଓ ତାଙ୍କ ପରିବାର ଦର୍ଶନର ସୁଯୋଗ ପାଇଛନ୍ତି । ତେବେ ୩୧ ଓ ନୂଆବର୍ଷ ଦିନ ଶ୍ରୀଲିଙ୍ଗରାଜ ବନ୍ଦ ରହିବା ପରେ ଆଜିଠାରୁ ପୁଣି ଖୋଲିଛି । କଟକଣାରେ ମନ୍ଦିର ଖୋଲାଯାଇଥିବା ବେଳେ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ତେବେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ୬ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଲାଗୁ ହେବ । ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ସେପଟେ ଆଜିଠାରୁ ଆରମ୍ଭ ହୋଉଛି ସମ୍ବଲପୁର ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ । ସ୍ୱତନ୍ତ୍ର ଗାଇଡଲାଇନରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ମିଳିଛି ସୁଯୋଗ । ଦୁଇଟି ପର୍ଯ୍ୟାୟରେ ମାଁ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଥମ ପର୍ଯ୍ୟାୟ ସକାଳ ୬ରୁ ୧୧.୩୦ ଏବଂ ଦ୍ବିତୀୟ ପର୍ଯାୟ ଅପରାହ୍ନ ୩ଟାରୁ ୭.୩୦ ମଧ୍ୟରେ ଦର୍ଶନ କରିବାକୁ ସୁଯୋଗ ମିଳିବ । କରୋନା କଟକଣାକୁ ଆଖିଆଗରେ ରଖି ପ୍ରଥମ ୫ ଦିନ କେବଳ ସମ୍ବଲପୁର ଜିଲ୍ଲାବାସୀଙ୍କୁ ମନ୍ଦିର ଦର୍ଶନ ପାଇଁ ସୁଯୋଗ ଦିଆଯିବ । ମନ୍ଦିରର ମୂଖ୍ୟ ଦ୍ୱାର ବନ୍ଦଥିବା ବେଳେ ୩ନଂ ଗେଟ ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ ।

ଏହାସହ କେନ୍ଦ୍ରେପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବଜୀୟୁ ମନ୍ଦିର ମଧ୍ୟ ଖୋଲିଛି । ଦୀର୍ଘଦିନର ଅପେକ୍ଷା ପରେ ମନ୍ଦିର ଖୋଲିଥିବାରୁ ଆନନ୍ଦ ଓ ଶୃଙ୍ଖଳାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମାସ୍କ ପିନ୍ଧିବା ସହ କୋଭିଡ ନିୟମ ମାନି ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ସେହପରି କୋଭିଡ କଟକଣା ପାଇଁ ମନ୍ଦିର ବେଢା ଭିତରକୁ ୧୦୦ ଜଣଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି ।

ଅନ୍ୟପଟେ ଦୀର୍ଘ ନଅ ମାସପରେ ଖୋଲିଲା ମା’ ତାରାତାରିଣୀଙ୍କ ମନ୍ଦିର। କୋରୋନା ନିୟମକୁ ପାଳନ କରି ଭକ୍ତ ମାନେ ମାଙ୍କୁ ଦର୍ଶନ କରୁଛନ୍ତି। ମନ୍ଦିର ଉପରକୁ ଯାନବାହାନ ନିଷେଧ କରାଯାଇଥିବା ବେଳେ ଉପରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଗାଡିର ବ୍ୟବସ୍ଥା କରାଯାଇଛି। ମନ୍ଦିର ମଧ୍ୟକୁ ଯିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା ନିମନ୍ତେ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି।

Latest Posts

Don't Miss