୫୭ଲକ୍ଷ ଭର୍ତ୍ତି ଏଟିଏମ ଭ୍ୟାନ ହାଇଜାକ୍ ଘଟଣା; ଟଙ୍କା ସହ ୫ଗିରଫ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆକ ସହରରେ ଗତ ୬ ତାରିଖ ଦିନ ୫୭ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏଟିଏମ ଭ୍ୟାନ ଗାଡିକୁ ଚାଳକ ହାଇଜାକ ମାମଲାରେ ପୋଲିସ ସମସ୍ତ ଅପରାଧୀଙ୍କୁ ଗିରଫ କରିଛି  । ଗାଡ଼ିରେ ଥିବା ୫୭ ଲକ୍ଷ ଟଙ୍କା ଲୁଟିନେଇଥିବା ଘଟଣା ରେ ଆଜି ଖଡ଼ିଆଳ ପୋଲିସ ୫ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନୂଆପଡା ଏସପି ପ୍ରଦୂଷ ଦିବାକର ପ୍ରକାଶ କରିଛନ୍ତି । ସୂଚନାନୁଯାୟୀ, ୬ ତାରିଖ ଦିନ ସିଏମଏସ କଂପାନୀ ର ଏଟିଏମ ଭେନ ଭାରତୀୟ ଷ୍ଟେଟବ୍ୟାଙ୍କ ରୁ ୫୭ ଲକ୍ଷ ଟଙ୍କା ଭର୍ତ୍ତି କରି ବୋଡେ଼ନ ଓ ସିନାପାଲି ରେ ଥିବା ଏଟିଏମ ରେ ଭର୍ତ୍ତି କରିବା ପାଇଁ ବାହାରିଥିଲା ।

ଏହି ଦିନ ନିୟମିତ ଗାଡି ଚାଳକ ଛୁଟି ରେ ଥିବା ବେଳେ ଜୟରାମ ମାଝୀ ଗାଡି ଚାଳକ ଭାବେ ଥିଲେ । ଏହି ସମୟ ରେ ଏଟିଏମ ରେ ଟଙ୍କା ଭର୍ତ୍ତି ପାଇଁ ଭ୍ୟାନ ରେ ଥିବା ଦୁଇଜଣ କର୍ମଚାରୀ ବ୍ୟାଙ୍କ କୁ ଯାଇଥିବା ବେଳେ ସୁରକ୍ଷା ଦାଇତ୍ୱ ରେ ଥିବା ତୁଲଧର ମାଝୀ ଶୌଚାଳୟକୁ ଯାଇଥିଲେ  । ଏହାର ସୁଯୋଗ ନେଇ ଗାଡିଚାଳକ ଜୟରାମ ମାଝୀ ୫୭ ଲକ୍ଷ ଟଙ୍କା ଭର୍ତ୍ତି ଏଟିଏମ ଭ୍ୟାନ କୁ ହାଇଜାକ କରି ନେଇଥିଲେ।

ସୁରକ୍ଷା କର୍ମୀ ତୁଲଧର ମାଝୀ ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ଖଡ଼ିଆଳ ପୋଲିସ ତଦନ୍ତ ରେ ଲାଗିପଡିଥିଲେ । ଶେଷରେ  ଭେନ ଟି ନୂଆପଡା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ମଝିରେ ଥିବା ଭରୁଆ କାନୀ ଗାଁ ନିକଟରେ ପୋଲିସ ଏଟିଏମ ଭ୍ୟାନ କୁ ପାଇଥିଲା । ଏହି ଘଟଣା ପରେ ପୋଲିସ ଟିମ ତଦନ୍ତ ରେ ଲାଗିପଡିଥିଲା । କୋମନା ପୋଲିସ ଗାଡିଚାଳକ ଜୟରାମ ମାଝୀ କୁ କୋମନା ରେ ଗିରଫ କରିବା ପରେ ଗାଡିଚାଳକ ର କହିବା ଅନୁସାରେ ପୋଲିସ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା କଂଦେଇ ଗାଁ ରେ ଥିବା ଗାଡିଚାଳକ ର ଭଉଣୀ ବିଶାଖା ମାଝୀ ଓ ସଂପର୍କୀୟ ନରେନ୍ଦ୍ର ମାଝୀ ଈଶ୍ୱର ମାଝୀ ଙ୍କ ଠାରେ ପହଂଚି ଲୁଟ ଟଙ୍କା କୁ ଜବତ କରିଥିଲା ।

ପରେ କୋମନା ଥାନା ଛତା ଗାଁ ରେ ଥିବା ଭୁଜବଲ ମାଝୀ ଙ୍କ ଠାରୁ ମଧ୍ୟ ଟଙ୍କା ଜବତ କରିଥିଲା । ଗାଡିଚାଳକ ଜୟରାମ ମାଝୀ ଏଟିଏମ ଭ୍ୟାନ ରୁ ଟଙ୍କା ଲୁଟ କରି ନିଜ ସଂପର୍କୀୟ ପାଖରେ ରଖିଥିଲା ।ଏହି କାର୍ଯ୍ୟରେ ସମ୍ପର୍କୀୟ ମାନେ ମଧ୍ୟ ତାକୁ ସହାୟତା କରିଥିଲେ । ଗାଡିଚାଳକ ଜୟରାମ ମାଝୀ ଙ୍କୁ ପୋଲିସ ଗିରଫ କରିବା ଶହ ତାକୁ ସହଯୋଗ କରିଥିବା ସଂପର୍କୀୟ ଙ୍କୁ ମଧ୍ୟ ଗିରଫ କରିଛି  । ବ୍ୟବହୃତ ଗାଡି ଗୁଡିକ ସହ ଲୁଟ ୫୭ ଲକ୍ଷ ଟଙ୍କା ରୁ ପୋଲିସ ମୋଟ ୫୫ଲକ୍ଷ ୭୬ ହଜାର ୭୫୦ ଟଙ୍କା ଜବତ କରିଛି  । ପ୍ରେସମିଟ ଜରିଆରେ ନୂଆପଡା ଏସ୍ପି ପ୍ରଦୂଷ ଦିବାକର ସୂଚନା ଦେଇଛନ୍ତି  ।