ଜାକଲିନଙ୍କୁ ସାମୟିକ ଆଶ୍ୱସ୍ତି, କୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ୨୦୦ କୋଟି ଠକେଇ ମାମଲାରେ ବଲିଉଡ ସୁନ୍ଦରୀ ଜାକଲିନଙ୍କୁ ଆଶ୍ବସ୍ତି । ଜାକଲିନ ଫର୍ଣ୍ଣାଡିଜଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୫୦ହଜାର ଟଙ୍କାର ବଣ୍ଡରେ ଜାକଲିନଙ୍କୁ ଜାମିନ ମଞ୍ଜୁର କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଠକ ସୁକେଶ ସହ ସମ୍ପର୍କକୁ ନେଇ ଆଜି ହାଜର ହେବାକୁ କୋର୍ଟ ସମନ ଜାରି କରିଥିଲେ ।

ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ ଆଦେନ କରିଥିଲେ ଜାକଲିନ । ସୁକେଶ ଚନ୍ଦ୍ରଶେଖର ସହ ସମ୍ପର୍କ ଓ କୋଟି କୋଟି ଟଙ୍କାର ଗିଫ୍ଟ ପୂର୍ବରୁ ଜାକଲିନଙ୍କୁ ଇଡି ଓ ଇଓଡବ୍ଲୁ ଜେରା କରିଥିବା ବେଳେ ଆଜି ସେ କୋର୍ଟରେ ହାଜର ହେବେ । ଠକ ସୁକେଶ ଠାରୁ ଜାକଲିନଙ୍କ ଷ୍ଟାଇଲିସ ଲିପାକ୍ସି ୩କୋଟି ଟଙ୍କା ନେଇଥିବା ମଧ୍ୟ ସ୍ବୀକାର କରିଥିଲେ ।