ଭଡ଼ାଟିଆଙ୍କ ପାଇଁ ଆଇନ: ମନମାନୀ କରିପାରିବେନି ଘର ମାଲିକ

ନନ୍ଦିଘୋଷ ବ୍ୟୂରୋ: ଘରୁ ବାହାରେ ରହିବା ଚାକିରି କରିବା ହେଉ କି କିଛି ବ୍ୟବସାୟ । ଅଥବା ଅନ୍ୟ କିଛି କାରଣ । ରହିବାକୁ ହେଲେ ଘରଟିଏ ଦରକାର । ଆଉ ଏଥିପାଇଁ ଲୋକେ ଘର ଭଡ଼ାରେ ନେଇ ରହିଥାନ୍ତି । ହେଲେ ଭାରତରେ ଘର ଭଡ଼ାରେ ନେବା କେବଳ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସାଧାରଣ ହିସାବ-କିତାବ ନୁହେଁ । ଏହା ଆଇନ, ଅଧିକାର ଓ ଦାୟିତ୍ବ ନେବାର ଏକ ମିଶ୍ରଣ । ଭଡ଼ାଟିଆଙ୍କୁ ବିନା କାରଣରେ ବାହାର କରିବା, ମନଇଚ୍ଛା ଭଡ଼ା ଆଦାୟ କରିବା ଓ ଗୋପନୀୟତା ଭଙ୍ଗ ନହେବା ପାଇଁ ଏକାଧିକ ଆଇନ ରହିଛି । ଏଥିପାଇଁ ଭଡ଼ାରେ ରହୁଥିବା ସମସ୍ତ ଲୋକଙ୍କୁ ସେମାନଙ୍କ ଅଧିକାର ଜାଣିବା ନିହାତି ଜରୁରୀ । ଯଦି ଆପଣ ଘର ଭଡ଼ାରେ ନେଇ ରହୁଛନ୍ତି ତେବେ ଆସନ୍ତୁ ଜାଣିବା ଆପଣଙ୍କ ସୁରକ୍ଷା ପାଇଁ କ’ଣ ରହିଛି ନିୟମ ।

କେନ୍ଦ୍ର ସରକାରଙ୍କ ଅଣା ଯାଇଥିବା ଆଦର୍ଶ କିରାଲଦାରୀ ଅଧତନୟମ ୨୦୨୧ (Model Tenancy Act, 2021 – MTA)ରେ ଏହି ଅଧିକାରକୁ ଆହୁରି ଦୃଢ଼ କରୁଛି । ହେଲେ ଏହାକୁ ଲାଗୁ କରିବା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ।

ଘରୁ ବାହାର କରିପାରିବେନି

ଭଡାରେ ରହୁଥିବା ଲୋକଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଧିକାର ହେଲା ସେମାନଙ୍କୁ ମନଇଚ୍ଛା ଘରୁ ବାହାର କରାଯାଇପାରିବ ନାହିଁ । ଏଥିପାଇଁ ଆଇନ ଭଡ଼ାଟିଆଙ୍କୁ ସୁରକ୍ଷା ଦେଉଛି । ଘର ମାଲିକ, ଭଡ଼ାଟିଆଙ୍କୁ ସେପର୍ଯ୍ୟନ୍ତ ବାହାର କରିପାରିବ ନାହିଁ, ଯେପର୍ଯ୍ୟନ୍ତ ଭଡ଼ାଟିଆ କୌଣସି ଆଇନ ଉଲ୍ଲଂଘନ କରିନଥିବେ । ଏହା ମଧ୍ୟରେ ଆସିଥାଏ ଲଗାତାର ଦୁଇମାସ ଭଡ଼ା ନଦେବା, ଭଡ଼ଶ ଘରକୁ rୁରୂପଯୋଗ କରିବା, ଭଡ଼ା ସର୍ତ୍ତ ଉଲ୍ଲଂଘନ କରିବା । ଏହାସହ ଘର ମାଲିକ କିମ୍ବା ତାଙ୍କ କରିବାର ବ୍ୟକ୍ତିଗତ ଭାବେ ରହିବାକୁ ଚାହୁଁଥିଲେ ତେବେ ସେ ଭଡ଼ା ଛଡ଼ାଇ ପାରିବେ ।

ନୋଟିସ ଅବଧି ଓ ଅଧିକାର

ଘରଭଡ଼ା ଛଡ଼ାଇବା ପୂର୍ବରୁ ଆଇନଗତ ପ୍ରସ୍ତୁତି ଆରମ୍ଭ କରିବା ପୂର୍ବରୁ ଘର ମାଲିକଙ୍କୁ ଭଡ଼ାଟିଆଙ୍କୁ ନୋଟିସ୍ ଦେବାକୁ ପଡ଼ିଥାଏ । ଯାହାର ଅବଧି ସାଧାରଣତଃ ଏଗ୍ରିମେଣ୍ଟ ସମୟରେ ସ୍ଥିର ହୋଇତାଏ । ଘର ମାଲିକ ବିନା କୋର୍ଟଙ୍କ ଆଦେଶ କିମ୍ବା ଭଡ଼ଶ ପ୍ରାଧିକରଣ ନିଷ୍ପତ୍ତିରେ ଭଡ଼ାଟିଆଙ୍କୁ ଜୋର ଜବରଦସ୍ତ ବାହାର କରିପାରିବ ନରହିଁ । ଭଡ଼ାଟିଆଙ୍କ ଏଗ୍ରିମେଣ୍ଟ ଶେଷ ହୋଇ ସାରିଥିଲେ ବି ଘର ମାଲିକ ଏମିତି କରିପାରିବେ ନାହିଁ ।

ଆଦର୍ଶ ଘରଭଡ଼ା ଅଧିନିୟମ ୨୦୨୧ ଅନୁସାରେ, ଘର ଭଡ଼ା ଦେବା ବେଳେ ଆବାସିକ ସମ୍ପତ୍ତି ପାଇଁ ସୁରକ୍ଷା ଜମା ବାବଦକୁ ଘର ମାଲିକ ଦୁଇମାସରୁ ଅଧିକ ରଖିପାରିବେ ନାହିଁ । ସେହିପରି ଅଣ ଆବସିକ ସମ୍ପତ୍ତି ପାଇଁ ୬ ମାସରୁ ଅଧିକ ସୁରକ୍ଷା ଜମା ନରଖିବାର ନିୟମ ରହିଛି ।

ଜମା ରାଶି ଫେରସ୍ତ ଅଧିକାର

ଘର ଖାଲି କରିବା ପରେ ମାଲକଙ୍କୁ ମରାମତି ବାବାଦ ଖର୍ଚ୍ଚ କାଟି ବାକି ଟଙ୍କା ନିର୍ଦ୍ଧାରିତ ସମୟରେ ଭଡ଼ାଟିଆଙ୍କୁ ଫେରାଇବାକୁ ନିୟମ ରହିଛି ।

ଘର ଭଡ଼ା ବଢ଼ାଇବା

ଘର ଭଡ଼ା ବୃଦ୍ଧି ମନଇଚ୍ଛା ହୋଇପାରିବ ନାହିଁ । ଏହା ଭଡ଼ା ନେବା ବେଳେ ହୋଇଥିବା ଏଗ୍ରିମେଣ୍ଟ ସର୍ତ୍ତ ଅନୁସାରେ ହୋଇଥାଏ । କୌଣସି ଘର ମାଲିକ ମନଇଚ୍ଛା ଘର ଭଡ଼ା ବଢ଼ାଇ ପାରିବେ ନାହିଁ । ଆଇନ ଅନୁସାରେ ଭଡ଼ା ବଢ଼ାଇବାକୁ ହେଲେ ଘର ମାଲିକଙ୍କୁ ତିନି ମାସ ପୂର୍ବରୁ ନୋଟିସ୍ ଦେବାକୁ ପଡ଼ିଥାଏ ।

ଗୋପନୀୟତାର ଅଧିକାର

ଭଡ଼ାଟିଆଙ୍କୁ ନିଜ ଭଡ଼ା ସମ୍ପତ୍ତିରେ ଶାନ୍ତିପୂର୍ଣ୍ଣ ଓ ବିନା ବାଧାରେ ରହିବାର ଅଧିକାର ରହିଛି । ଜରୁରୀକାଳୀନ ପରିସ୍ଥିତିକୁ ଛାଡିଦେଲେ ଘର ମାଲିକ ବିନା ପୂର୍ବ ଅନୁମତି କିମ୍ବା ୨୪ ଘଣ୍ଟାର ନୋଟିସ ବିନା ପରିସରକୁ ପ୍ରବେଶ କରିପାରିବେ ନାହିଁ । ଏପରିକି ପ୍ରବେଶ ସମୟ ସକାଳ ୭ଟାରୁ ରାତି ୮ଟା ମଧ୍ୟରେ ରହିବା ନିୟମ ରହିଛି ।

ପାଣି, ବିଦ୍ୟୂତ ଓ ସଫେଇ କରି ମୌଳିକ ସୁବିଧା ଭଡ଼ାଟିଆ ନିରବିଚ୍ଛିନ୍ନ ଭାବେ ପାଇବାର ଅଧିକାର ରହିଛି । ଭଡ଼ାକୁ ନେଇ ବିବାଦ ହେଲେ ବି ମାଲିକ ଏହି ପ୍ରକାର ସୁବିଧାକୁ କାଟି ପାରିବେ ନାହିଁ ।

ମରାମତି ଓ ରକ୍ଷଣାବେକ୍ଷଣ ଅଧିକାର

ଘର ମାଲିକଙ୍କୁ ସମ୍ପତ୍ତିର ଗଠନମୂଳକ ଓ ମୁଖ୍ୟ ମରାମତି କରିବାକୁ ପଡ଼ିଥାଏ । ଯଦି ଘର ମାଲିକ କୌଣସି ମରାମତି କରିବାକୁ ମନା କରେ ତେବେ କିଛି ସ୍ଥାନରେ ଭଡ଼ାଟିଆ ନିଜେ ମରାମତି କରି ଖର୍ଚ୍ଚ ଭଡାରୁ କାଟି ପାରିବେ । ସେହିପରି ଉଭୟ ପକ୍ଷଙ୍କ ସୁରକ୍ଷା ପାଇଁ ଲିଖିତ ଏଗ୍ରିମେଣ୍ଟ କରାଯିବା ଜରୁରୀ । ଏହି ଏଗ୍ରିମେଣ୍ଟ ଭବିଷ୍ୟତରେ ଦେଖା ଦେବାକୁ ଥିବା ବିବାଦର ସମାଧାନ ପାଇଁ ଆଧାର ହୋଇଥାଏ ।