ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି କରି ହତ୍ୟା କଲେ ତାଙ୍କ ବାପା

1 min read

ନନ୍ଦିଘୋଷ ବ୍ୟୁରୋ: ଗୁରଗ୍ରାମରେ ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ରାଧିକାଙ୍କ ବାପା ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁରୁଗ୍ରାମର ସୁଶାନ୍ତ ଲୋକ-୨ ସ୍ଥିତ ତାଙ୍କ ଘରେ ହିଁ ହତ୍ୟାକାଣ୍ଡ ଘଟିଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ ଦେଇଛି ।

ସୂଚନାଯୋଗ୍ୟ, ଗୁଳି ମାଡ଼ ପରେ ରାଧିକାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କାହିଁକି ରାଧିକାଙ୍କୁ ତାଙ୍କ ବାପା ଗୁଳି କରି ହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

ପୂର୍ବାହ୍ନ ୧୨ଟାରେ ଘଟଣା ଘଟିଛି । ଯେଉଁଠି ରାଧିକା ପରିବାର ସହ ରହୁଥିଲେ । ଅଭିଯୁକ୍ତ ବାପା ରାଧିକାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଲାଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଛି ।