spot_img

Latest Posts

ଅରୁଚିକର ମନ୍ତବ୍ଯ ଦେଇ ଅଡୁଆରେ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ନନ୍ଦିଘୋଷ ବ୍ୟୁରୋ: ଅରୁଚିକର ମନ୍ତବ୍ଯ ଦେଇ ଅଡୁଆରେ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ହିମନ୍ତଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ରାଜ୍ଯର ୧୮ଟି ରାଜନୈତିକ ଦଳ। ଆସାମକୁ ମିଆଁ ମୁସଲିମଙ୍କ ହାତରେ ଟେକି ଦିଆଯିବ ନାହିଁ ବୋଲି ହିମନ୍ତ କହିବା ପରେ ଏହାକୁ ନେଇ ତାତିଥିଲେ ବିରୋଧୀ। ହିମନ୍ତ ବିଶ୍ବଶର୍ମା ରାଜ୍ଯରେ ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ଯରେ ତିକ୍ତତା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଆସାମ କଂଗ୍ରେସ ସଭାପତି ଭୂପେନ ବରୁଆ କହିଛନ୍ତି- ଲୋକସଭା ନିର୍ବାଚନ ପରଠାରୁ ମୁଖ୍ଯମନ୍ତ୍ରୀ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିକାରୀ ମନ୍ତବ୍ଯମାନ ଦେଉଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯିବ। ଆସାମ ନାଗାଓଁରେ ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସମେତ ଅନ୍ଯାନ୍ଯ ଘଟଣା ରାଜ୍ଯରେ ଆଇନଶୃଙ୍ଖଳା ବିଗିଡିଥିବାର ନଜିର ବୋଲି କହିଛନ୍ତି ବିରୋଧୀ। କିଛି ସଂଗଠନର ଧମକ ଅନୁସାରେ ସେମାନେ ଲୋୟର ଆସାମ ଛାଡି ଅପର ଆସାମକୁ ଚାଲିଯିବେ ବୋଲି କହିଥିଲେ ଏଆଇୟୁଡିଏଫ ଏମଏଲଏ ରଫିକୁଲ ଇସଲାମ। ଏହାକୁ ନେଇ ଟିପ୍ପଣୀ ଦେଇଥିଲେ ହିମନ୍ତ।

Latest Posts

Don't Miss