ପୁରୁଣା ଭୁବନେଶ୍ୱରରେ ଖେଳିଲା ଆତଙ୍କ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ବରରେ ଖେଳିଲା ଆତଙ୍କ । କପିଳେଶ୍ବର ଅଞ୍ଚଳରେ ବୁଲିଲା ଖଣ୍ଡା । ସରୋଜ ତ୍ରିପାଠୀ ନାମକ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ସରୋଜଙ୍କ ଘର କପିଳେଶ୍ୱର ଭିମକୁଣ୍ଡ ମନ୍ଦିର ନିକଟରେ । ଆଜି ସକାଳ ସାଢ଼େ ୭ଟାରେ ସର୍ବ ସମ୍ମୁଖରେ ଘଟିଛି ଏଭଳି ଘଟଣା । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସରୋଜ । ପୂର୍ବ ଶତ୍ରୁତାରୁ ସରୋଜଙ୍କୁ ଖଣ୍ଡାରେ ହଣାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।