spot_img

Latest Posts

ଆତଙ୍କୀଙ୍କ ପେଣ୍ଠ ପାଲଟିଛି ଅଲଫଲାହ ବିଶ୍ବବିଦ୍ୟାଳୟ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣା ପରେ ଏବେ ସାରା ଦେଶର ନଜର ଫରିଦାବାଦ ଅଲ ଫଲାହ ୟୁନିଭରସିଟି ଉପରେ। ଅଲ ଫଲାହ ଏକ ଆରବୀୟ ଶବ୍ଦ ଏବଂ ଏହାର ଅର୍ଥ ହେଉଛି ସଫଳତା, ସମୃଦ୍ଧି ଓ ମଙ୍ଗଳକାମନା। ହେଲେ ଟେରର ନେଟୱର୍କ ଭିତରେ ଛନ୍ଦି ହୋଇଯାଇ ରକ୍ତପାତକୁ ଆଦର୍ଶ କରିଛି ଏହି ୟୁନିଭର୍ସିଟି। ଦି ଅଲ ଫଲାହ ସ୍କୁଲ ଅଫ ମେଡିକାଲ ସାଇନ୍ସେସ ପ୍ରଥମେ ୨୦୧୯ରୁ ଆରମ୍ଭ କରିଥିଲା ଏମବିବିଏସ ଶିକ୍ଷାଦାନ କାର୍ଯ୍ୟକ୍ରମ। ପରେ ଏହା ହୋଇଥିଲା ଡାକ୍ତର ସୃଷ୍ଟିକାରୀ ପ୍ରତିଷ୍ଠାନ। ଏହାର ପ୍ରତିଷ୍ଠାତା ଥିଲେ ଜବାଦ ଅହମ୍ମଦ ସିଦ୍ଦିକ।

ବର୍ତ୍ତମାନ ସେ ଅଲ ଫଲାହ ଗ୍ରୁପ ଅଫ କମ୍ପାନୀଜର ୧୨ରୁ ଅଧିକ ପ୍ରତିଷ୍ଠାନର ମୁଖ୍ୟ ଅଛନ୍ତି ନିର୍ଦ୍ଦେଶକ। ସିଦ୍ଦିକ ପୂର୍ବରୁ ତିହାର ଜେଲରେ ୩ ବର୍ଷ ସଜା ଭୋଗିଥିଲେ। ଜାମିଆ ନଗରର ଅଲ ଫଲାହ ହାଉସରେ ସେ ବାସ କରନ୍ତି। ମଧ୍ୟପ୍ରଦେଶ ମୋହ ସହରରେ ତାଙ୍କର ଜନ୍ମ ହୋଇଥିଲା। ଇନ୍ଦୋରରେ ଶିକ୍ଷା ଲାଭ କରିବା ପରେ ସେ ଦିଲ୍ଲୀ ଆସିଥିଲେ। ୧୯୯୩ରେ ସେ ଜାମିଆ ମିଲିଆ ଇସଲାମିଆରେ ମେକାନିକଲ ଇଞ୍ଜିନିୟିରିଂରେ ଅଧ୍ଯାପନା କରିଥିଲେ। ପରେ ସେ ୨୦୧୯ରେ ଆରମ୍ଭ କରିଥିଲେ ଅଲ ଫଲାହ ସ୍କୁଲ ଅଫ ମେଡିକାଲ ସାଇନ୍ସେସ। ଏଥିରେ ବିଶେଷ କରି କାଶ୍ମୀରର ଡାକ୍ତରମାନଙ୍କୁ ଅଣାଯାଉଥିଲା। ଏଠାରେ ଡାକ୍ତର ସାହିନ ସାହିଦ ଛାତ୍ରମାନଙ୍କୁ ଇସଲାମିକ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ପ୍ରୋତ୍ସାହନ ଦେଉଥିଲେ ଏବଂ ରକ୍ଷଣଶୀଳ ମୁସଲିମ ହେବା ସହ ବୁର୍ଖା ଓ ହିଜାବ ପିନ୍ଧିବା ଲାଗି ପରାମର୍ଶ ଦେଉଥିଲେ।

Latest Posts

Don't Miss