ଶ୍ରୀନଗରରେ ପୋଲିସ-ଆତଙ୍କବାଦୀ ମୁହାଁମୁହି: ଟଳିଲେ ୩ ଆତଙ୍କବାଦୀ

1 min read

ନୂଆଦିଲ୍ଲୀ: ଶ୍ରୀନଗରରେ କାଶ୍ମୀର ଜୋନ୍ ପୋଲିସକୁ ବଡ଼ ସଫଳତା। ସର୍ଚ୍ଚ ଅପରେସନ ବେଳେ ୩ ଆତଙ୍କବାଦୀ ନିହତ କରିଛି କାଶ୍ମୀର ପୋଲିସ୍।

ଶ୍ରୀନଗରର ଲାଓପୋରା ଅଞ୍ଚଳରେ ଚାଲିଥିବା ଅପରେସନରେ ପୋଲିସ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ପୋଲିସ ଗୁଳିରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି ।

ଅନ୍ୟପଟେ ବାଲାକୋଟ୍ ସେକ୍ଟରରୁ ଗତ ରବିବାର ଗିରଫ ହୋଇଥିବା ୩ ମାଓବାଦୀ ଲୁଚାଇ ରଖିଥିବା ଦୁଇଟି ବନ୍ଧୁକ, ୭୦ ରାଉଣ୍ଡ ଗୁଳି ଓ ଦୁଇଟି ଗ୍ରେନେଡ୍ ଉଦ୍ଧାର କରାଯାଇଛି। ଏହି ମାଓବାଦୀମାନେ ପାକିସ୍ତାନରୁ ଆସିଥିବା ବେଳେ ସେମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରଯାଇଛି  ବୋଲି ସେଠାକାର ପୋଲିସ କହିଛି ।

 

Leave a Reply