କେଉଁଠି ବି ଲୁଚି ପାରିବେନି ଆତଙ୍କବାଦୀ, ଖୋଜି ଖୋଜି ମାରିବ ଭାରତ: ରାଜନାଥ ସିଂ

ନନ୍ଦିଘୋଷ ବ୍ୟୁରୋ: କେଉଁଠି ବି ଲୁଚି ପାରିବେ ନାହିଁ ଆତଙ୍କବାଦୀ । ଖୋଜି ଖୋଜି ମାରିବ ଭାରତ । ଲକ୍ଷ୍ନୌର ବ୍ରହ୍ମୋସ୍ ଉତ୍ପାଦନ କେନ୍ଦ୍ରର ଉଦଘାଟନ ଅବସରରେ ଗର୍ଜିଲେ ରାଜନାଥ ସିଂହ କହିଲେ, ସୀମା ସେପଟେ ବି ସୁରକ୍ଷିତ ରହିପାରିବେନି ଆତଙ୍କବାଦୀ । ଅପରେସନ ସିନ୍ଦୁରରେ ଶକ୍ତି ଓ ଶୌର୍ଯ୍ୟ ଦେଖାଇଛି ଭାରତୀୟ ସେନା । ଅପରେସନ ସିନ୍ଦୁର ହେଉଛି ଇଚ୍ଛା ଶକ୍ତିର ପ୍ରତୀକ । ପୁରା ଦେଶ ସେନାକୁ ଅଭିନନ୍ଦନ ଜଣାଉଛଛି । ରାଉଲପିଣ୍ଡି ଯାଏ ସେନାର ଗର୍ଜନ ଶୁଭିଛି ।

ଅନ୍ୟପଟେ ମୋଦିଙ୍କୁ ଚିଠି ଲେଖିଛନ୍ତି ଖଡ଼ଗେ । ସଂସଦର ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି । ପହଲଗାଁଓ ଆକ୍ରମଣ, ଅପରେସନ ସିନ୍ଦୂର ନେଇ ଆଲୋଚନା ହେଉ ବୋଲି ସେ କହିଛନ୍ତି । ଅସ୍ତ୍ରବିରତି ଉଲ୍ଲଂଘନ ନେଇ ମଧ୍ୟ ଆଲୋଚନା ହେଉ । ଏପରି ଅନୁରୋଧ କରି ଖଡ଼କେ ଚିଠି ଲେଖିଛନ୍ତି । ରାହୁଲ ଗାନ୍ଧି ମଧ୍ୟ ମୋଦିଙ୍କୁ ଲେଖଛନ୍ତି ଚିଠି । ସଂସଦର ସ୍ଵତନ୍ତ୍ର ଅଧିବେଶନ ପାଇଁ ଚିଠି ଲେଖିଛନ୍ତି ।