ପୋଲିସ ଅଧିକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲା ସନ୍ଦିଗ୍ଧ, ସିସିଟିଭି କଏଦ କଲା ଦୃଶ୍ୟ

ଜମ୍ମୁ କଶ୍ମୀର: ଶ୍ରୀନଗରରେ ପୁଣି ଆତଙ୍କୀଙ୍କ ଉତ୍ପାତ। କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଲାଇଲେ ଆତଙ୍କବାଦୀ । ବାରମୁଲା ଅଞ୍ଚଳରେ ଏହି ଆକ୍ରମଣ ଘଟିଥିବା ଜଣା ପଡିଛି। ପୋଲିସ କର୍ମଚାରୀଙ୍କ ଉପରକୁ ଜଣେ ସନ୍ଦିଗ୍ଧ ଗୁଳି ଚଳାଇ ଦୈଡି ପଳାଉଥିବା ଭିଡିଓରୁ ସ୍ପଷ୍ଟ ହୋଇଛି ।

ସେପଟେ ଘଟଣାରେ ୨ ପୋଲିସ ଅଧିକାରୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ପୋଲିସ ଅଧିକାରୀଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା କର୍ମୀଙ୍କୁ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଗୁଳି ମାରିବା ବେଳର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଆକ୍ରମଣର ସମ୍ପୂର୍ଣ୍ଣ ଦୃଶ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

ସୂଚନା ମୁତାବକ ଜଣେ ସୁରକ୍ଷାକର୍ମୀ ଦାୟିତ୍ବରେ ରହିଥିବାବେଳେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଏକ ସାଲ୍‌ ଘୋଡ଼ି ହୋଇ ଆସିଥିଲେ । ଏବଂ ଏହି ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ସାଲ ଭିତରୁ ବନ୍ଧୁକ ବାହାର କରି ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଉଥିବା ଦେଖାଯାଇଛି । ଏହି ଘଟଣାରେ ୨ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି ।

Leave a Reply