ଆମେରିକାରେ ଭୟଙ୍କର ବନ୍ୟା, ୫୦ ଲୋକଙ୍କ ଗଲାଣି ଜୀବନ
1 min read
ଓ୍ବାସିଂଟନ୍: ଆମେରିକାର ଟେକ୍ସାସ ରାଜ୍ୟରେ ବନ୍ୟା ତାଣ୍ଡବ । ଗୁଆଡାଲୁପ୍ ନଦୀରେ ହଠାତ ପାଣି ବଢ଼ିବା ଯୋଗୁ ଅନେକ ଅଞ୍ଚଳ ବନ୍ୟାରେ ବୁଡ଼ି ଯାଇଛି ଏବଂ ସେଠାରେ ଲୋକେ ପାଣିରେ ଫସି ରହିଛନ୍ତି । ବନ୍ୟା ଏତେ ପ୍ରଭାବିତ କରିଛି ଯେ, ୫୦ ଲୋକଙ୍କ ମୃତ୍ୟୁ ହୋଇଛି । କେର କାଉଣ୍ଟି ନାମକ ଯାଗାରେ ସର୍ବାଧିକ କ୍ଷତି ହୋଇଛି । ଏଠାରେ ୧୫ ଶିଶୁଙ୍କ ସମେତ ୪୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୨୭ ଯୁବତୀ ନିଖୋଜ ଅଛନ୍ତି । ସେମାନଙ୍କୁ ଏବେ ଖୋଜା ଚାଲିଛି ।
କ୍ୟାମ୍ପ କରି ରହୁଥିବା ଯାଗାରେ ଅନେକ ଲୋକ ନିଖୋଜ ଅଛନ୍ତି । ଗୁଆଡାଲୁପ ନଦୀରେ ସନ୍ଧାନ ଚାଲିଛି । ନଦୀର ଜଳସ୍ଥର ୪୫ ମିନିଟରେ ୮ ମିଟର ବୃଦ୍ଧି ପାଇଛି । ଏହା ଯୋଗୁ ପରିସ୍ଥିତି ଭୟଙ୍କର ହୋଇଛି । ନଦୀର ଜଳସ୍ଥର ବଢ଼ିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦାୟିତ୍ବରେ ଥିବା ଅଫିସର କହିଛନ୍ତି ଯେ, ଲୋକମାନେ ନ ମିଳିବାଯାଏ ସର୍ଚ ଅପରେସନ୍ ଜାରି ରହିବ ।
❗️UPDATE: 37 now DEAD in Texas floods — AP https://t.co/6byrF9m3MP pic.twitter.com/GxJOO5L7TR
— RT (@RT_com) July 5, 2025
ପୂର୍ବରୁ ଯେଉଁଠାରେ ଘର ଥିଲା ସେଠି କଂକ୍ରିଟ ଗଦା ହୋଇଛି । ନଦୀ କୂଳରେ ଭଗ୍ନାବଶେଷ ପଡ଼ିଛି । ଉଦ୍ଧାରକର୍ମୀମାନେ ଛାତ ଏବଂ ଗଛ ଉପରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି ।
ଶୁକ୍ରବାର ଦିନ ହଠାତ ବନ୍ୟା ଆସିଥିଲା । ବର୍ଷା ଏତେ ହେଲା ଯେ ନଦୀର ଜଳସ୍ଥର ୪୫ ମିନିଟ ମଧ୍ୟରେ ୮ ମିଟର ବୃଦ୍ଧି ପାଇଥିଲା । ଏହା ପରିସ୍ଥିତିକୁ ଭୟଙ୍କର କରିଦେଇଥିଲା ।