ସକାଳର ତୃତୀୟ ସ୍ବନକ୍ଷେତ୍ର ଅବସରରେ ଏଡସ୍ ସଚେତନତା ଗଣ ଦୌଡ ଅନୁଷ୍ଠିତ

ଭୁବନେଶ୍ୱର :  ଆଜି ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷେତ୍ର। ଏହି ଅବସରରେ ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ହୋଇଛି ମିନି ମାରାଥନ । ବିଶ୍ବ ଏଡସ ଦିବସରେ ସଚେତନତାର ବାର୍ତ୍ତା ନେଇ ଦୌଡିଲା ସାରା ଓଡ଼ିଶା। ରାଜ୍ୟର ୯ଟି ସହରରେ ଆୟୋଜିତ ହୋଇଛି ମିନି ମାରାଥନ୍ । ସତ୍ୟ, ସେବା ଓ ସାମର୍ଥ୍ୟର ତିନି ବର୍ଷ ଅବସରରେ ଏକା ସାଙ୍ଗରେ ଦୌଡ଼ୁଛି ଭୁବନେଶ୍ବର, କଟକ, ପୁରୀ, ବାଲେଶ୍ବର, ରାଉରକେଲା, ଅନୁଗୁଳ, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁର।

ମିନି ମାରାଥନ ଅନୁଷ୍ଠିତ ହୋଇଥିବା ସ୍ଥାନଗୁଡିକ ହେଲା, ଭୁବନେଶ୍ବର ଶିଶୁଭବନ ଛକଠାରୁ ଏକାମ୍ର ହାଟ ପର୍ଯ୍ୟନ୍ତ, କଟକ ଆଇଲଭ କଟକ ଯୋବ୍ରାଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ, ପୁରୀ ତାଳବଣିଆ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ, ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ, ରାଉରକେଲା ଗୋପବନ୍ଧୁ ଛକଠାରୁ ବିଜୁ ପଟ୍ଟନାୟକ ଛକ ଯାଏଁ, ଅନୁଗୁଳ ଜଗନ୍ନାଥ ମନ୍ଦିରଠାରୁ ଲକ୍ଷ୍ମୀ ବଜାର ଶୈଳଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ, ଜୟପୁର ରାଜନହରା ଷ୍ଟେସନଠାରୁ ରାଜନହରା ଜଙ୍ଗସନ, ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟଠାରୁ ଗାନ୍ଧିପାର୍କ ଫୋର ସି ଗ୍ରାଉଣ୍ଡ ପର୍ଯ୍ୟନ୍ତ, ବ୍ରହ୍ମପୁର ଏମକେସିଜି ମେଡିକାଲ ଛକଠାରୁ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ମାରାଥନ ଅନୁଷ୍ଠିତ ହୋଇଛି । ଜରୁରୀ ଓ ସଠିକ୍ ସମାଚାର ଯୋଗାଇ ଦେବାର ସଂକଳ୍ପ ନେଇ ୨୦୨୦ ମସିହା ଡିସେମ୍ବର ୧ ତାରିଖରେ ଆତ୍ମପ୍ରକାଶ କରିଥିଲା ଦୈନିକ ଖବର କାଗଜ ସକାଳ । ନିରବଚ୍ଛିନ୍ନ ଖବର ପରିବେଷଣ କରି ଖୁବ୍ କମ୍ ସମୟରେ ପାଠକଙ୍କ ଆଦୃତ ଲାଭ କରିବା ସହ ସକାଳ ହୋଇପାରିଛି ସମସ୍ତଙ୍କ ପସନ୍ଦ ।