ଭଦ୍ରକରେ ପୁଣି ହିଂସା ଆପଣାଇଲା ବିଜେପି, ବିଜେଡି କର୍ମୀଙ୍କୁ କଲା ଆକ୍ରମଣ

ଭଦ୍ରକ: ପରାଜୟ ଭୟରେ ରକ୍ତମୁଖା ହୋଇପଡ଼ିଛି ଭାରତୀୟ ଜନତା ପାର୍ଟି । ଭଦ୍ରକରେ ହିଂସା ଆଚରଣ ଛାଡ଼ିପାରୁନି ବିଜେପି । ପୁଣି ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହ ପଞ୍ଚାୟତରେ ନିର୍ବାଚନ ସରିବା ପରେ ମଧ୍ୟ ହିଂସା ଥମିବାର ନାଁ ଧରୁନି । ଗତକାଲି ବିଳମ୍ବିତ ରାତିରେ ତେନ୍ତୁଳିଡ଼ିହ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଆକ୍ରମଣରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କ ଭାଇ ପରେଶ ବିଶ୍ବାଳ ଗୁରୁତର ଭାବରେ ଆହାତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହି ଆକ୍ରମଣ ପରେ ଅଭିଯୋଗ ହେବା ପରରେ ତଦନ୍ତ ଜାରି ରଖିଛି ପୋଲିସ । ଚଳିତ ପଞ୍ଚାୟତ ନିର୍ବାଚନରେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଭୋଟିଂ ସରିଥିବା ବେଳେ ପରାଜୟ ଆଶଙ୍କାରେ ବିଜେପି ରକ୍ତମୁଖା ହୋଇଥିବା ଅଭିଯୋଗ ହୋଇଛି ।

Leave a Reply