spot_img

Latest Posts

ପରିବାରକୁ ହସ୍ତାନ୍ତର ହେଲା ବସ୍ ଦୁର୍ଘଟଣାରେ ମୃତକଙ୍କ ମୃତଦେହ

କୋଲକାତା : ଯାଜପୁରରେ ଭୟଙ୍କର ବସ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ୪ ଜଣଙ୍କର ମୃତ୍ୟୁ ଦେହ ନିଜ ଘରେ ପହଞ୍ଚିଛି। ଏହା ବ୍ୟତୀତ ଜିଲ୍ଲାର ୧୨ ଜଣ ଲୋକ ଆହତ ହୋଇଛନ୍ତି। ପୂର୍ବ ମେଦିନୀପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ଜରୁରୀକାଳୀନ ଅପରେସନରେ ମୃତଦେହକୁ ନିଜ ଗ୍ରାମକୁ ନିଆଯାଇଛି। ଏଗ୍ରା ସବ-ଡିଭିଜନାଲ ଅଧିକାରୀଙ୍କ ନିର୍ଦ୍ଦେଶରେ ୪ଜଣଙ୍କ ମୃତଦେହକୁ ଏଗ୍ରା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଅଣାଯାଇଥିଲା। ସବ-ଡିଭିଜନାଲ ମାଜିଷ୍ଟ୍ରେଟ ମଞ୍ଜିତ କୁମାର ଯାଦବ, ଏଗ୍ରା ପୋଲିସ ଷ୍ଟେସନ ଆଇଆଇସି ଅରୁଣ କୁମାର ଖାନ ଏବଂ ସ୍ଥାନୀୟ ବିଧାୟକ ତରୁଣ କୁମାର ମାଇତିଙ୍କ ଉପସ୍ଥିତିରେ ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏହା ବ୍ୟତୀତ ଏଗ୍ରା ବିଧାୟକ ମୃତଦେହକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଗ୍ରା ମ୍ୟୁନିସିପାଲିଟିର ୱାର୍ଡ ନମ୍ବର ୧୨ ର କାଉନସିଲର ଜୟନ୍ତ ସାଓ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଦୁର୍ଘଟଣାର ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ତତ୍ପର ହୋଇଥିଲେ । ଆହତଙ୍କୁ ଉପଯୁକ୍ତ ଚିକିତ୍ସା ତଥା ମୃତଦେହକୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ଏବଂ ମୃତକ ପରିଵାରକୁ ସାହାଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ଜନ ପ୍ରତିନିଧୀମାନେ ପରିବାର ପାଖରେ ଛିଡା ହୋଇଥିଲେ।

 

Latest Posts

Don't Miss