ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ: ରାଜ୍ୟରେ ସଂକ୍ରମଣ ହ୍ରାସ ଭଲ ସଂକେତ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ଓ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ କରୋନା ସଂକ୍ରମଣ ହାର କମୁଛି । ଏହା ଏକ ଭଲ ସଂକେତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ କାର୍ଯ୍ୟରତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ସୁରୁଖୁରୁରେ ଚାଲିଛି । ଲକ୍‌ଡାଉନ ସମୟରେ ଚାଷୀମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ଆଦେଶ ଦେଇଛନ୍ତି ।

https://www.facebook.com/nandighoshatv/videos/944105442710865/

ଖାଲି ସେତିକି ନୁହେଁ ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ତିଆରି ହେବ । ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପାରିବାରିକ ହିଂସା ଉପରେ ଦୃଷ୍ଟି ରଖିବାକୁ ପୋଲିସ ଡିଜିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଭ୍ୟାସଗତ ଅପରାଧୀଙ୍କ ଉପରେ ନଜର ରଖାଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କରୋନା ହଟସ୍ପଟ ହୋଇଥିବାରୁ ସହର ପାଇଁ କଣ୍ଟେନମେଣ୍ଟ ଷ୍ଟ୍ର।ଟେଜି କରାଯାଇଛି । ଏଥିପାଇଁ ଖୁବଶୀଘ୍ର ଜାରି ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

 

Leave a Reply