spot_img

Latest Posts

ଦୁର୍ବଳ ଲଘୁଚାପ ସତ୍ତ୍ୱେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ବଦଳିବ ପାଣିପାଗର ମିଜାଜ। ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ସହିତ କମିବ ବର୍ଷାର ପରିମାଣ। କିନ୍ତୁ ମୌସୁମୀ ଟ୍ରପଲାଇନ୍ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ ବିଭାଗ ତରଫରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ପାଇଁ କୌଣସି ସତର୍କତା ଜାରି କରାଯାଇନାହିଁ। ଜୁନ୍ ୧ ତାରିଖରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ରାଜ୍ୟରେ ୭ ଶହ ୯୭ ଦଶମିକ ୯ ମିଲିମିଟର ବର୍ଷା ହେବାକଥା, କିନ୍ତୁ ଏହି ସମୟ ମଧ୍ୟରେ ୫ ଶହ ୬୮ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ଭାବିକସ୍ବା ବର୍ଷା ରେକର୍ଡ କରାଯାଇଛି । ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୨, କେନ୍ଦୁଝରରେ ୪୨ ପ୍ରତିଶତ ଏବଂ ବଲାଙ୍ଗିରରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Latest Posts

Don't Miss