spot_img

Latest Posts

ଡରରେ ପାକିସ୍ତାନ ଛାଡ଼ିଲା ଦାଉଦ୍ ପରିବାର, ମଧ୍ୟପୂର୍ବରେ ନେଲେ ଶରଣ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଫାଇନାନସିଆଲ ଟାସ୍କ ଫୋର୍ସ (ଏଫଏଟିଏଫ୍)ର ଚାପ ବଢିବା କାରଣରୁ ଇମ୍ରାନ ସରକାର ଟେରର ଫଣ୍ଡିଂକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଛି। ପାକିସ୍ତାନ ନିକଟରେ ଜୈଶ୍ ଏ ମହମ୍ମଦ ମୁଖ୍ୟ ମସୁଦ ଅଜହର ଓ ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ୍ ଜାକି ଉର ରହମାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାହା ଦାଉଦର ଚିନ୍ତା ବଢାଇ ଦେଇଛି। ଦାଉଦକୁ ଲାଗୁଛି ଯେ, ପାକିସ୍ତାନ ଚାପରେ ଆସି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ତେଣୁ ଦାଉଦ୍ ତା’ ପରିବାର ସଦସ୍ୟଙ୍କୁ ପାକିସ୍ତାନ ବାହାରକୁ ପଠାଇ ଦେଇଛି।

ସୂତ୍ର ଅନୁସାରେ ଦାଉଦ ତା’ର ପୁଅ ଓ ଦୁଇ ଭାଇଙ୍କ ପିଲାଙ୍କୁ ସୁରକ୍ଷା ଦୃଷ୍ଟିରୁ ବାହାରକୁ ପଠାଇ ଦେଇଛି । ଦାଉଦର ସାନ ଭାଇ ମୁସ୍ତାକିମ୍ ଅଲି କାସ୍କର ବହୁତ ଆଗରୁ ଦୁବାଇରେ ରହୁଛି । ସେଠାରେ ସେ ଡି କମ୍ପାନୀର ବୈଧ ବ୍ୟବସାୟକୁ ସମ୍ଭାଳୁଛି । ଗୁଇନ୍ଦା ଏଜେନ୍ସିଙ୍କ ଅନସାରେ ୟୁଏଇରେ ମୁସ୍ତାକିମର କପଡା ଫ୍ୟାକ୍ଟ୍ରି ଅଛି । ମୁସ୍ତାକିମ୍ ପାଖରେ ଦାଉଦ ପରିବାରର ବାକି ସଦସ୍ୟ ରହୁଥିବା ସନ୍ଦେହ କରାଯାଉଛି। କରାଚିର ଡିଫେନ୍ସ ହାଉସିଂ ଏରିଆରେ ରହୁଥିବା ଦାଉଦର ସାନ ଭାଇ ଅନିସ ଇବ୍ରାହିମର ମଧ୍ୟ ଗତ ଦୁଇ ସପ୍ତାହ ଧରି ପତା ମିଳୁନାହିଁ। ଦାଉଦର ସେନାପତି ଭାବେ ପରିଚିତ ଛୋଟା ସକିଲ ମଧ୍ୟ ଗତ କେଇଦିନ ଧରି ଗାଏବ ଅଛି । ତେଣୁ ଅନୁମାନ କରାଯାଉଛି ଯେ, ଏମାନେ ପାକିସ୍ତାନ ବାହାରକୁ ଚାଲି ଯାଇଛନ୍ତି। ନିକଟରେ ଦାଉଦ ନିଜ ଝିଅ ମାହାରୁଖ ପାଇଁ ପର୍ତ୍ତୁଗାଲ ପାସପୋର୍ଟ ଯୋଗାଡ କରିଥିଲା । ମାହାରୁଖ ପାକିସ୍ତାନୀ କ୍ରିକେଟିୟର ଜାଭେଦ ମିୟାଁଦାଙ୍କ ପୁଅକୁ ବିବାହ କରିଛି ।

Latest Posts

Don't Miss