ବଢ଼ୁଛି ଆମେରିକାର କରଜ ଭାର, ଭାରତକୁ ସୁଝିବ ୧୬ ଲକ୍ଷ କୋଟି ଟଙ୍କା

America

ନୂଆଦିଲ୍ଲୀ: ଆମେରିକା କରଜରେ ଡୁବିବାରେ ଲାଗିଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ନିଜ ଆର୍ଥିକ ଓ ସାମରିକ ଶକ୍ତି ବଳରେ ଦୁନିଆ ଉପରେ ରାଜ୍ କରୁଥିବା ଆମେରିକା, ବାକି ଦେଶଙ୍କୁ ଇକୋନୋମିକ୍ ପ୍ୟାକେଜ୍ ଦେଉଥିବା ଆମେରିକା ପୁଣି କରଜ ଜାଲରେ ? ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକା କରଜ ଦେଉଛି ଯେତିକି ନିଜ ଆର୍ଥିକ ସ୍ୱାସ୍ଥ୍ୟ ସୁଧାରିବାକୁ ସେତିକି କରଜ ନେଉଛି । କରୋନା କାଳରେ ଆମେରିକାର କରଜ ବୋଝ ଅଧିକ ବଢିଯାଇଛି ।

କରୋନା କାଳରେ ଆମେରିକାର କରଜ ବୋଝ ୨୯ ଲକ୍ଷ କୋଟି ଡଲାର ହୋଇଛି । ଆମେରିକା ଏବେ ଯେତିକି କରଜ କରିଛି ତାହା ଭାରତର ସର୍ବମୋଟ ଜିଡିପିଠାରୁ ୧୦ ଗୁଣ ଅଧିକ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କେବେ ଭାରତକୁ ଲୋନ୍ ଦେଉଥିବା ଆମେରିକା ଏବ ଭାରତଠାରୁ ଲୋନ୍ ନେଉଛି । ଆମେରିକା ଉପରେ ଏବେ ଭାରତର ୨୧ ହଜାର ୬୦୦ କୋଟି ଡଲାର ବାକି ଅଛି । ମାନେ ଭାରତୀୟ ମୁଦ୍ରାରେ ଆମେରିକାକୁ ଭାରତକୁ ଶୁଝିବାକୁ ହେବା ୧୬ ଲକ୍ଷ କୋଟି ଟଙ୍କା । ବର୍ତ୍ତମାନ ସମୟରେ ଆମେରିକାର ଅର୍ଥବ୍ୟବସ୍ଥା ହେଉଛି ବିଶ୍ୱର ବୃହତ୍ତମ ଅର୍ଥବ୍ୟବସ୍ଥା । ଭାରତର ଅର୍ଥବ୍ୟବସ୍ଥାଠାରୁ ୭ ଗୁଣ ବଡ ଆମେରିକାର ଇକୋନମି ହେଉଛି ୨୧ ଟ୍ରିଲିୟନ । ଯେତେବେଳେ କି ଭାରତର ଅର୍ଥନୀତି ୩ ଟ୍ରିଲିୟନ ।

US President Joe Biden Speaks With Chinese President XI Jinping For First Time As President

ଆମେରିକାକୁ ଅଧିକ ଟଙ୍କା ଧାର ଦେଇଥିବା ଦେଶଙ୍କ ତାଲିକାରେ ସଭା ଉପରେ ଜାପାନ ଓ ଚୀନ୍ ଅଛନ୍ତି । ୨୦୨୦ରେ ଆମେରିକାର ରାଷ୍ଟ୍ରୀୟ କରଜ ୨୩ ହଜାର ୪୦୦ ବିଲିୟନ ଡଲାର ଥିଲା । ଆମେରିକାର ସବୁ ନାଗରିକଙ୍କୁ ଯଦି ଏହି ଲୋନ୍ ଶୁଝିବାକୁ କୁହାଯିବ ତେବେ ମୁଣ୍ଡପିଛା ଜଣକୁ ୭୨ ହଜାର ୩୦୯ ଡଲାର ଦେବାକୁ ପଡିବ । ଚୀନକୁ ଆମେରିକା ୧ ହଜାର ବିଲିୟନ ଡଲାର ଶୁଝିବାର ଅଛି । ସେହିଭଳି ଜାପାନ ଦେଇଥିବା ଋଣର ପରିମାଣ ମଧ୍ୟ ୧ ହଜାର ବିଲିୟନ ଡଲାର । ଚୀନ ଭଳି ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରଠାରୁ ଏତେ ଟଙ୍କା କରଜ କରିବା ଅନେକ ଆମେରିକୀୟ ଅର୍ଥନିତିଜ୍ଞ ଓ ରାଜନେତାଙ୍କୁ ଚିନ୍ତିତ କରିଛି ।

Leave a Reply