spot_img

Latest Posts

କିନ୍ନରଙ୍କୁ ଧୋକା ଦେଲା ଡେଲିଭରୀ ବୟ

ଢେଙ୍କାନାଳ: କିନ୍ନରଙ୍କୁ ଧୋକା ଦେଲା ଡେଲିଭରୀ ବୟ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରେ କିନ୍ନର-ଡେଲିଭରୀ ବୟ ଲଭଷ୍ଟୋରୀ। ପ୍ରେମ ଜାଲରେ ଫସାଇ ପ୍ରାୟ ବର୍ଷେ କାଳ ଲିଭ୍ ଇନରେ ରହିଆସୁଥିଲେ। କୋର୍ଟ ମ୍ୟାରେଜ କରିବାକୁ କହିବାରୁ ଫେରାର୍ ଥିଲେ ଜୋମାଟୋର ଡେଲିଭରୀ ବୟ ଦିପ୍ତିମୟ ମହାରଣା। ଦିପ୍ତିମୟଙ୍କ ଘର କାମାକ୍ଷାନଗର ଥାନା ରାଜକୁଳାକାଟେଣୀ ଗାଁରେ।

ସୂଚନା ଅନୁଯାୟୀ, ଦିପ୍ତିମୟ ଜୋମାଟୋରେ ଡେଲିଭରୀ ବୟ ଭାବେ କାର୍ଯ୍ୟ କରନ୍ତି। ବର୍ଷେ ତଳେ ଜିନିଷ ଡେଲିଭରୀ କରିବାକୁ ନେଇଥିବା ବେଳେ କିନ୍ନର ସଞ୍ଜନା ବେହେରାଙ୍କ ସହିତ ତାଙ୍କର ଦେଖା ଆଉ ପ୍ରେମ ହୋଇଥିଲା। ପରେ ଉଭୟେ ଭୁବନେଶ୍ୱରରେ ଲିଭ ଇନରେ ରହିଥିଲେ।

ସଞ୍ଜନାଙ୍କ ଅଭିଯୋଗ ଅନୁଯାୟୀ, ଦିପ୍ତିମୟ ବିଭିନ୍ନ ସମୟରେ ସଞ୍ଜନାଙ୍କ ଠାରୁ ଅର୍ଥ ଲୁଟ କରିବା ସହ ତାଙ୍କ ସୁନା ଅଳଙ୍କାର ଲୁଟିନେଇଛି। ଘରେ ରାଜି ନ ହେବାରୁ ସଞ୍ଜନାଙ୍କୁ କୋର୍ଟ ମ୍ୟାରେଜ କରିବାକୁ ପ୍ରତିଶ୍ରୁତି ଦେଇଥିଲା ଦିପ୍ତିମୟ। କୋର୍ଟ ମ୍ୟାରେଜ କରିବାକୁ କହିବାରୁ ଫେରାର୍ ଥିଲେ ଦିପ୍ତିମୟ।  ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିନ୍ନର ସାମ୍ପ୍ରଦାୟର ସଭାନେତ୍ରୀ ମୀରା ପରିଡା। ସେ କହିଛନ୍ତି, ଅନେକ ଘଟଣା ଏବେ ଟ୍ରାନ୍ସ ଜେଣ୍ଡର ହେଉ ଅବା କିନ୍ନର, ସେମାନଙ୍କୁ ପ୍ରେମ ଜାଲରେ ଫସେଇ ଏବଂ ସ୍ୱାର୍ଥ ହାସଲ କରି ଛାଡି ଦେଉଛନ୍ତି। ଏପରିକି କିନ୍ନର ମାନଙ୍କୁ ସମାଜରେ ବାରମ୍ବାର ଧୋକା ଦିଆଯାଉଛି। ତେଣୁ ଏହି ଘଟଣାକୁ ଗୁରୁତରର ସହିତ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ସେପଟେ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ଦେଇଛି ପୋଲିସ।

Latest Posts

Don't Miss