ନନ୍ଦିଘୋଷ ବ୍ୟୁରୋ:ମନୋଜ ବାଜପେୟୀ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା । ତାଙ୍କ ନିଚ୍ଛକ ଅଭିନୟ ପାଇଁ ସେ ବେଶ ପରିଚିତ । ତାଙ୍କୁ ଅନେକ ଦାବିଦାର ଭୂମିକା ପ୍ରଦାନ କରାଯାଇଛି ଏବଂ ସେ ପ୍ରତ୍ୟେକ ଭୂମିକାକୁ ନିପୂଣତାର ସହ ପ୍ରତିପାଦନ କରିଛନ୍ତି। ଏହି କାରଣରୁ ପ୍ରଶଂସକମାନେ ସର୍ବଦା ତାଙ୍କର ଆଗାମୀ ପ୍ରୋଜେକ୍ଟଗୁଡ଼ିକୁ ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି । ବର୍ତ୍ତମାନ ତାଙ୍କ ୱେବ୍ ସିରିଜ୍, ଦି ଫ୍ୟାମିଲି ମ୍ୟାନର ତୃତୀୟ ସିଜିନ୍ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରତ୍ୟେକ ସିଜିନର ଏକ ଭିନ୍ନ କାହାଣୀ ରହିଛି ଏବଂ ଏଥର ମଧ୍ୟ ଅଧିକାଂଶ ଚରିତ୍ର ସମାନ ରହିଛି କିନ୍ତୁ କାହାଣୀ ସମ୍ପୂର୍ଣ୍ଣ ନୂତନ।
ଟ୍ରେଲରରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ କାହାଣୀଟି ତାଜା ଏବଂ ଏଥର ଶ୍ରୀକାନ୍ତ ତିୱାରୀ ଆହୁରି ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ‘ଦି ଫ୍ୟାମିଲି ମ୍ୟାନ’ ସାତ ବର୍ଷ ଧରି ପ୍ରସାରିତ ହେଉଛି ଏବଂ ଏବେ ଏହାର ତୃତୀୟ ସିଜିନ୍ ମୁକ୍ତିଲାଭ କରିବ। ତେବେ ଏହି ସାତ ବର୍ଷ ମଧ୍ୟରେ ଗୋଟିଏ କଥା ସ୍ଥିର ଯେ, ପ୍ରତ୍ୟେକ ସିଜିନ୍ରେ ଜଣେ ନୂତନ ଅଭିନେତ୍ରୀଙ୍କ ପରିଚୟ। ଏଥର ମଧ୍ୟ ସମାନ କରାଯାଇଛି। ତେବେ ତାଙ୍କର ଏହି ଫର୍ମୁଲା ସିରିଜକୁ ସୁପରହିଟ କରୁଛି ନା ଆଉ ରହିଛି ଆସନ୍ତୁ ଜାଣିବା …
ପ୍ରଥମ ସିଜିନରେ ଗୁଲ ପନାଗଙ୍କ ଅଭିନୟ
“ଦି ଫ୍ୟାମିଲି ମ୍ୟାନ୍”ର ପ୍ରଥମ ସିଜିନ୍ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ସଂଘର୍ଷର କାହାଣୀ ଥିଲା । ମନୋଜ ବାଜପେୟୀ ଏକ ତଦନ୍ତ ସଂସ୍ଥାର ଅଂଶ। ତେବେ ସଲୋନୀ ଭଟ୍ଟ ଭୂମିକାରେ ଅଭିନୟ କରୁଥିବା ଗୁଲ୍ ପନାଗ୍ ସିଜିନ୍ ମଧ୍ୟଭାଗରେ ସରପ୍ରାଇଜ ଏଣ୍ଟ୍ରି କରିଥିଲେ। ଏବଂ ସେଥିରେ ତାଙ୍କ ଚରିତ୍ରକୁ ବହୁତ ପ୍ରଶଂସା କରାଯାଇଥିଲା । ଯାହ କେଉଁଠି ନା କେଉଁଠି ମନୋ ବାଜପେୟୀଙ୍କ ସିରିଜକୁ ଭଲ ମାଇଲେଜ ଦେଇଥିଲା ।
ଦ୍ୱିତୀୟ ସିଜିନରେ ସାମନ୍ଥାଙ୍କ ଏଣ୍ଟ୍ରି
‘ଦି ଫ୍ୟାମିଲି ମ୍ୟାନ’ର ଦ୍ୱିତୀୟ ସିଜିନରେ ମଧ୍ୟ ଏକ ଦମଦାର ଅଭିନେତ୍ରୀଙ୍କର ଏଣ୍ଟ୍ରି ହୋଇଥିଲା। ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଶ୍ରୀଲଙ୍କାର ଜଣେ ତାମିଲ ମୁକ୍ତି ସଂଗ୍ରାମୀ ଭୂମିକାରେ ଅଭିନୟ କରିଥିଲେ। ସେ ଧାରାବାହିକରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ଏବଂ ମନୋଜ ବାଜପେୟୀଙ୍କ ସହ ତାଙ୍କର ଯୁଦ୍ଧ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ସେ ଏହି ସିରିଜରେ ଅନ୍ୟ ସମସ୍ତ ଅଭିନେତାଙ୍କୁ ପଛରେ ପକାଇ ଦେଇଥିଲେ। ଏହି ଟ୍ରିକ ମଧ୍ୟ ସିରିଜକୁ ହିଟ କରାଇଥିଲା ।
ତୃତୀୟ ସିଜିନରେ ଏହି ଟ୍ରିକ ସଫଳ ହେବ କି ?
ଏବେ ସିରିଜର ତୃତୀୟ ସିଜିନର ଟ୍ରେଲର ଆସିଛି ଏବଂ ଏଥିରେ ମଧ୍ୟ ଟୁଇଷ୍ଟ ଦେଖିବାକୁ ମିଳିବ । ଏଥର ନିମରତ କୌର ସିରିଜରେ ପ୍ରବେଶ କରିଛନ୍ତି ଯିଏ ନିଜର ପ୍ରତିଭା ସହିତ ନିଜକୁ ପ୍ରମାଣିତ କରିଛନ୍ତି ଏବଂ ଟ୍ରେଲରରେ ମାତ୍ର କିଛି ସେକେଣ୍ଡର ଝଲକ ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି। ପ୍ରଶଂସକମାନେ ଜାଣିବାକୁ ଉତ୍ସୁକ ଯେ ସିରିଜରେ ତାଙ୍କ ଚରିତ୍ର କିପରି ହେବ ଏବଂ ମନୋଜ ବାଜପେୟୀଙ୍କ ସହିତ ତାଙ୍କର ସମ୍ପର୍କ ସକାରାତ୍ମକ ନା ନକାରାତ୍ମକ ହେବ। ତେଣୁ, ନିର୍ମାତାମାନେ ସିରିଜରେ ପୁଣି ଥରେ ଏହି ରଣନୀତିକୁ ଏକ ଜୁଆ ଭାବରେ ବ୍ୟବହାର କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଚାରି ବର୍ଷ ପରେ ମଧ୍ୟ ଏହି ରଣନୀତି ସଫଳ ହେଉଛି କି ନାହିଁ। ଏହାର ଷ୍ଟ୍ରିମିଂ ନଭେମ୍ବର 21, 2025 ରେ ଆରମ୍ଭ ହେବ।

