ମଦ ପିଇବାକୁ ବାରଣ କରିବାରୁ ପୁଅକୁ ଛୁରା ଭୁସିଲା ବାପା

ଗଞ୍ଜାମ: ମଦ ପିଇବାକୁ ବାରଣ କରିବାରୁ ପୁଅକୁ ଛୁରା ଭୁସିଲା ବାପା । ଫଳରେ ପ୍ରାଣ ହରାଇଛି ପୁଅ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଝାଡ଼ିଆମ୍ବ ଗାଁରେ ଏହି ଘଟଣା ଘଟିଛି । ବାପା ବାଉରୀ ବିଷୋୟୀ ଆଜି ସକାଳୁ ମଦ ପିଇ ଘରକୁ ଆସି ପାଟିତୁଣ୍ଡ କରିଥିଲେ । ବାରମ୍ବାର ଏଭଳି ମଦ ପିଇ ପାଟିତୁଣ୍ଡ କରିବା ଘଟଣାକୁ ନେଇ ଘରେ ଅସନ୍ତୋଷ ଲାଗି ରହିଥିଲା । ଆଜି ବାପା ବାଉରୀ ବିଷୋୟୀ ମଦ ପିଇବାକୁ ପୁଅ ପ୍ରତାପ ବିଷୋୟୀ ଆକଟ କରିଥିଲା । ଏଥିରେ ବାପା ବାଉରୀ ବିଷୋୟୀ ଉତକ୍ଷିପ୍ତ ହୋଇ ପୁଅକୁ ଛୁରା ଧରି ଗୋଡ଼ାଇଥିଲା। ପୁଅ ପ୍ରତାପକୁ ବାପା ଛୁରା ଭୁସି ଦେବାରୁ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଛି ।