spot_img

Latest Posts

ହଷ୍ଟେଲରେ ଭୂତ ଆତଙ୍କ: ଭୂତ ଭୟରେ ଖାଲି ହୋଇଗଲା ହଷ୍ଟେଲ

ବଲାଙ୍ଗୀର: ଲେଡିଜ୍ ହଷ୍ଟେଲରେ ଭୂତ ଆତଙ୍କ, ଖାଲିହୋଇଗଲା ହଷ୍ଟେଲ। ବଲାଙ୍ଗୀର ଜିଲ୍ଲା ଆଗଲପୁର ପଞ୍ଚାୟତ ମହାବିଦ୍ୟାଳୟର ରୋତ ଛାତ୍ରୀନିବାସରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡାହାଣୀ ଓ ଭୂତ ସନ୍ଦେହରେ ୨୫ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ିଛନ୍ତି। ପୂର୍ବରୁ ମଧ୍ଯ ଭୂତ ଭୟରେ ଛାତ୍ରୀନିବାସରୁ ଅନ୍ଯ ଛାତ୍ରୀମାନେ ପଳାଇଯାଇଥିଲେ।

ଗତ ଶନିବାର ଯୁକ୍ତଦୁଇ ଛାତ୍ରୀଙ୍କ ନିକଟରେ ଅସ୍ବାଭାବିକ ଆଚରଣ ଦେଖିବାକୁ ମିଳିଥିଲା। ପରେ ହଷ୍ଟେଲକୁ ଗୁଣିଆକୁ ଡକାଇ ପୂଜାପାଠ କରାଯାଇଥିଲା। ପରେ ଅବଶିଷ୍ଟ ୨୫ ଛାତ୍ରୀ ଭୂତ ଭୟରେ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି। ଏସବୁ କଲେଜ ଅଧ୍ଯକ୍ଷ ଓ କର୍ତ୍ତୃପକ୍ଷଙ୍କ ଜାଣତରେ ହିଁ ହୋଇଥିଲା। ଗୁଣିଆକୁ ଡକାଇବା ଘଟଣାକୁ କଲେଜ ଅଧ୍ଯକ୍ଷ ମଧ୍ଯ ସ୍ବୀକାର କରିଛନ୍ତି।

ଏଠାରେ ବଡ଼ ପ୍ରଶ୍ନ ଉଠୁଛି, କେମିତି ଅନ୍ଧବିଶ୍ବାସକୁ ସ୍ବିକୃତୀ ଦେଲେ କଲେଜ ଅଧ୍ଯକ୍ଷ ? କାହିଁକି ହଷ୍ଟେଲ ପରିସରରେ ଗୁଣିଆକୁ ଡକାଇ କରାଗଲା ପୂଜାର୍ଚ୍ଚନା ? ଶିକ୍ଷିତ ହୋଇଥିଲେ ବି କେମିତି ଅନ୍ଧବିଶ୍ବାସକୁ ଭରସା କଲେ ଅଧ୍ଯକ୍ଷ ?

Latest Posts

Don't Miss