ଟିମ୍ ଇଣ୍ଡିଆର ସମ୍ମାନ ବଞ୍ଚାଇଲେ ଗୁଜରାଟର ଏହି ପାଞ୍ଚ ଜଣ ’ପାଣ୍ଡବ !

1 min read

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ହୋଇଛି । ଅନ୍ତିମ ଟେଷ୍ଟ ଓଭାଲାରେ ଖେଳାଯାଇଥିବା ବେଳେ ଭାରତ ରୋମାଞ୍ଚକର ଭାବେ ଉକ୍ତ ମ୍ୟାଚ ଜିତିଥିଲା । ତେବେ ଟିମ୍ ଇଣ୍ଡିଆର ଉକ୍ତ ବିଜୟ ପଛରେ ଗୁଜରାଟର ‘ପାଣ୍ଡବ’ଙ୍କର ବଡ଼ ଭୂମିକା ରହିଥିବା କୁହାଯାଉଛି । ଉକ୍ତ ‘ପାଣ୍ଡବ’ଙ୍କୁ ନେଇ ଏବେ କ୍ରୀଡ଼ା ଜଗତରେ ବଡ଼ ଚର୍ଚ୍ଚା । ଏହି ‘ପାଣ୍ଡବ’ ମାନେ ଭାରତୀୟ ଟିମର ନୂଆ ଭାଗ୍ୟ ଲେଖିଛନ୍ତି ।

୧- ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଆଇପିଏଲରେ ଗୁଜରାଟ ଟାଇଟନ୍ସର କମାଣ ସମ୍ଭାଳୁଛନ୍ତି । ଓଭାଲ ଟେଷ୍ଟରେ ଗିଲ ଯେଉଁଭଳି ଭାବେ ଦାୟିତ୍ବ ନିର୍ବାହ କଲେ, ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ । ସେ ପୂରା ସିରିଜରେ ୭୫୪ ରନ୍ ସଂଗ୍ରହ କରି ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି ।

୨- ଓଭାଲ ଟେଷ୍ଟରେ ମହମ୍ମଦ ସିରାଜ ୯ଟି ଓ୍ବିକେଟ ନେଇ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସିରାଜ ଆଇପିଏଲରେ ଗୁଜରାଟ ଟାଇଟନ୍ସ ତରଫରୁ ଖେଳୁଛନ୍ତି ।

୩- ପ୍ରସିଦ୍ଧ କ୍ରିଷ୍ଣା ଓଭାଲ ଟେଷ୍ଟରେ ୮ଟି ଓ୍ବିକେଟ ନେଇଛନ୍ତି । ସେ ମଧ୍ୟରେ ଆଇପିଏଲରେ ଗୁଜରାଟ ତରଫରୁ ଖେଳୁଛନ୍ତି ।

୪- ଓଭାଲ ଟେଷ୍ଟରେ ଦ୍ବିତୀୟ ପାଳିରେ ୫୩ ରନର ଇନିଂସ ଖେଳି ସଭିଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ଓ୍ବାଶିଂଟନ ସୁନ୍ଦର । ସେ ମଧ୍ୟ ଗୁଜରାଟ ଟାଇଟନ୍ସ ତରଫରୁ ଖେଳୁଛନ୍ତି ।

୫- ଗୁଜରାଟର ପଞ୍ଚମ ’ପାଣ୍ଡବ’ ହେଉଛନ୍ତି ସାଇ ଦୁଦର୍ଶନ । ସେ ଓଭାଲ ଟେଷ୍ଟରେ ଖେଳି ନଥିଲେ, ମାତ୍ର ଇଂଲଣ୍ଡ ଟେଷ୍ଟ ସିରିଜରେ ସେ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି ।