spot_img

Latest Posts

ପୂରଣ ହେବ କଳାହାଣ୍ଡିବାସୀଙ୍କ ସ୍ବପ୍ନ , ପଛୁଆ ଅଞ୍ଚଳରୁ ଉଡ଼ିବ ବିମାନ

କଳାହାଣ୍ଡି :  ପୂରଣ ହେବ କଳାହାଣ୍ଡିବାସୀଙ୍କ ଦୀର୍ଘଦିନର ସ୍ବପ୍ନ । କଳାହାଣ୍ଡି ଉତ୍କେଲା ବିମାନ ବନ୍ଦରକୁ ମିଳିପାରେ ସବୁଜ ସଂକେତ । ଓଡିଶା ସରକାରଙ୍କ ପ୍ରଚେଷ୍ଟା ପରେ ପଛୁଆ ଅଞ୍ଚଳ କଳାହାଣ୍ଡିରୁ ଉଡ଼ିବ ବିମାନ । ଉତ୍କେଲା ବିମାନ ବନ୍ଦର 2B ଲାଇସେନ୍ସ ପାଇଁ ରାଜ୍ୟ ସରକାର ଡିଜିସିଏ ପାଖରେ ଆବେଦନ କରିଛନ୍ତି।

ଆଜି ଭୁବେଶ୍ବରରୁ ଏକ ବିଶେଷଜ୍ଞ କମିଟି ଉତ୍କେଲା ବିମାନ ବନ୍ଦର ପରିଦର୍ଶନ ପାଇଁ ଆସୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ସରିଛି। ଏହାପରେ ଆସନ୍ତା ୧୭ତାରିଖ ଦିନ DGCAର ଏକ କମିଟି ମଧ୍ୟ ପରିଦର୍ଶନରେ ଆସିବେ । ଉତ୍କେଲା ବିମାନ ବନ୍ଦରରୁ ଖୁବଶୀଘ୍ର ୨ଟି ବିମାନ ଚାଲିବାକୁ ଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Latest Posts

Don't Miss