spot_img

Latest Posts

ଦେଶର ଭବିଷ୍ଯତ ଭୋଟ ପ୍ରତି ହେଉଛନ୍ତି ବିମୁଖ

ନୂଆଦିଲ୍ଲୀ : ଦେଶରେ ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି ସବୁ ସ୍ତରରେ ହେଉଛି ଯୋଜନା। କରାଯାଉଛି ନାନା ପ୍ରକାର ସଚେତନତା, ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବବୃହତ ନିର୍ବାଚନ ପ୍ରକ୍ରିୟା ଲାଗି ଖର୍ଚ୍ଚ ହେଉଛି ଶହ ଶହ କୋଟି। ହେଲେ ଆପଣ ଆଶ୍ଚର୍ଯ୍ଯ ହେବେ ଯେ- ଯେଉଁମାନେ ଦେଶର ଭବିଷ୍ଯତ ସେମାନେ ଭୋଟ ପ୍ରତି ହେଉଛନ୍ତି ବିମୁଖ। ଯେଉଁମାନେ ୧୮ ବା ୧୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ସେମାନେ ଭୋଟ ପ୍ରକ୍ରିୟା ପ୍ରତି କମ୍ ଆଗ୍ରହ ପ୍ରକାଶ କରୁଛନ୍ତି। ସାରା ଦେଶରେ ସେମାନଙ୍କ ମଧ୍ଯରୁ ୪୦ ପ୍ରତିଶତରୁ କମ୍ ପିଲା ଭୋଟ ଦେବାକୁ ପଞ୍ଜିକୃତ ହୋଇଛନ୍ତି। ବିଶେଷ କରି ବିହାର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସେମାନେ କମ ପଞ୍ଜିକରଣ କରିଥିବା ଦେଖାଯାଇଛି।  ଦେଶରେ ୧ କୋଟି ୮୦ ଲକ୍ଷରୁ ଅଧିକ ୧୮ରୁ ୧୯ ବର୍ଷ ବୟସର ଯୁବକଯୁବତୀଙ୍କ ନାମ ଭୋଟର ତାଲିକାରେ ସ୍ଥାନ ପାଇଛି। ଏହି ବୟସ ବର୍ଗଙ୍କ ସଂଖ୍ୟା ପ୍ରାୟ ୪ କୋଟି ୯୦ ଲକ୍ଷ। ଅର୍ଥାତ ମାତ୍ର ୩୮ ପ୍ରତିଶତ ଯୁବକଯୁବତୀ ପ୍ରଥମ ଥର ଲାଗି ଭୋଟ ଦେବାକୁ ଯାଉଛନ୍ତି। ଅଧିକାଂଶ ଭାରତୀୟଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ଲାଗି ନିର୍ବାଚନ କମିଶନ, ରାଜନୈତିକ ଦଳ ଓ ନାଗରିକ ସମାଜ ପକ୍ଷରୁ ଆହ୍ବାନ ଦିଆଯାଉଥିବା ସତ୍ତ୍ବେ ଏହା ବିଫଳ ହେଉଥିବା ପରିଲକ୍ଷିତ ହେଉଛି।

ତାମିଲନାଡୁରେ ଏହି ବୟସ ଗୋଷ୍ଠୀର ସଂଖ୍ୟା ୧୨ ଲକ୍ଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୬. ୭ ପ୍ରତିଶତ ଅର୍ଥାତ ଦୁଇ ତୃତୀୟାଂଶ ଭୋଟର ତାଲିକାରେ ପଞ୍ଜିକୃତ ହୋଇଛନ୍ତି। ଜାମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ସେମାନଙ୍କ ସଂଖ୍ଯା ୬୦ ପ୍ରତିଶତ। ବିହାରରେ ୧୮ରୁ ୧୯ ବର୍ଷର ଯୁବକଯୁବତୀଙ୍କ ସଂଖ୍ୟା ୫୪ ଲକ୍ଷ ଥିବାବେଳେ ପଞ୍ଜିକୃତ ହୋଇଛନ୍ତି ମାତ୍ର ୯ ଲକ୍ଷ ୩୦ ହଜାର ଅର୍ଥାତ ୧୭ ପ୍ରତିଶତ। ଦିଲ୍ଲୀରେ ସେମାନଙ୍କ ସଂଖ୍ୟା ୭ ଲକ୍ଷ ୨୦ ହଜାର ହୋଇଥିବାବେଳେ ପଞ୍ଜିକୃତ ହୋଇଛନ୍ତି ମାତ୍ର ଦେଢ ଲକ୍ଷ।

Latest Posts

Don't Miss