ଝିଅ ମୁହଁ ଖୋଲିବାରୁ ହତ୍ୟା କଲା ମାଆର ପ୍ରେମିକ

କୋଲକାତା :  ମାଆର ଅବୈଧ ପ୍ରେମ ସମ୍ପର୍କ ନେଇ ଝିଅ ମୁହଁ ଖୋଲିବାରୁ ତାକୁ ହତ୍ୟା କଲା ମାଆର ପ୍ରେମିକ । ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଦୁବୁଡା ଜିବିଖାମା ପଡ଼ାରେ ଏହି ଘଟଣା ଘଟିଛି । ଦ୍ଵାଦଶ ଶ୍ରେଣୀ ଛାତ୍ରୀ ଲିପିକା ମଣ୍ଡଳକୁ ହତ୍ୟା କରି ତା’ ମାଆର ପ୍ରେମିକ ଫେରାର୍ ହୋଇଯାଇଛି ।

ଲିପିକା ମଣ୍ଡଳର ବଡ଼ମାଆ କହିଛନ୍ତି, ଲିପିକାର ବାପା କିଛି ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିଲେ । ମାଆ ସହିତ ଲିପିକା ରହୁଥିଲା । ଲିପିକାର ମାଆ ସୁନ୍ଦରୀ ମଣ୍ଡଳ ଏହି ଅଞ୍ଚଳର ସୁଜିତ୍ ମଣ୍ଡଳ ଓ ସୁଜିତ୍ ବିଶ୍ବାସଙ୍କ ସହ ସମ୍ପର୍କ ଥିଲା । ଲିପିକା ଏହାକୁ ବିରୋଧ କରୁଥିଲା । କିନ୍ତୁ କିଛି ଶୁଣି ନଥିଲା ଲିପିକାର ମାଆ ସୁନ୍ଦରୀ ମଣ୍ଡଳ । ଅନ୍ୟପଟେ ଲିପିକାକୁ ତା’ ମାଆର ପ୍ରେମିକ ବିଶ୍ବଜିତ ହତ୍ୟା କରି ଫେରାର୍ ହୋଇଯାଇଥିବା ଲିପିକାର ବଡ଼ମାଆ କହିଛନ୍ତି । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଲିପିକା ମାଆକୁ ପଚରାଉଚରା କରିବା ସହ ଅଭିଯୁକ୍ତ ବିଶ୍ୱଜିତକୁ ଖୋଜୁଛି ପୋଲିସ ।