spot_img

Latest Posts

ପୁରୀରେ ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ନୃସିଂହଙ୍କ ମୂର୍ତ୍ତି ଚୋରି

ପୁରୀ: ପୁରୀରେ ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ନୃସିଂହଙ୍କ ମୂର୍ତ୍ତି ଚୋରି ଅଭିଯୋଗ। ଶ୍ରୀମନ୍ଦିର ପଶ୍ଚିମଦ୍ବାର ଓ ଚଉରା ଛକ ନିକଟରେ ଥିବା ମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ବହୁ ପୁରାତନ ପଥର ନିର୍ମିତ ନୃସିଂହଙ୍କ ମୂର୍ତ୍ତି ନେଇଯାଇଥିବା ସ୍ଥାନୀୟ ସେବାୟତ ଅଭିଯୋଗ କରିଛନ୍ତି।

ବାବା କପାଳମୋଚନ ହେଉଛନ୍ତି ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ମଧ୍ୟରୁ ଅନ୍ୟତମ। ଶ୍ରୀମନ୍ଦିରର ବିଭିନ୍ନ ନୀତି ସହ ବାବା କପାଳମୋଚନ ଜଡ଼ିତ। ପୂର୍ବରୁ ପୁରୀ ଆଶ୍ରମ ଛକ ନିକଟରେ ଥିବା ବାବା ମୁକ୍ତେଶ୍ଵରଙ୍କ ମନ୍ଦିରରୁ ମୂର୍ତ୍ତି ଓ ଅଳଙ୍କାର ଚୋରି ହୋଇଥିଲା। ପୋଲିସ ଚୋରି ମୂର୍ତ୍ତି ଓ ଅଳଙ୍କାର ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା l ଏବେ ବାବା କପାଳମୋଚନଙ୍କ ମନ୍ଦିରରୁ ନୃସିଂହଙ୍କ ମୂର୍ତ୍ତି ଚୋରି  ଘଟଣା, ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ସୃଷ୍ଟି କରିଛି। ବାବା କପାଳମୋଚନଙ୍କ ମନ୍ଦିର ପରିସରରୁ ମୂର୍ତ୍ତି ଚୋରି ଘଟଣାକୁ ନେଇ ମନ୍ଦିର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି  ।

Latest Posts

Don't Miss