spot_img

Latest Posts

୨୦୦ କୋଟି କ୍ଲବରେ ସାମିଲ ହେଲା ଦି କାଶ୍ମୀର ଫାଇଲ୍ସ

ମୁମ୍ବାଇ: ଅନୁପମ ଖେରଙ୍କ ଅଭିନୀତ ଫିଲ୍ମ କାଶ୍ମୀର ଫାଇଲସ ବକ୍ସ ଅଫିସରେ ଧମାଲ କରିଛି । ଏହି ଚଳଚ୍ଚିତ୍ରଟି ୨୦୦ କୋଟି ରୋଜଗାର ଲିଷ୍ଟରେ ଆସିଛି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ କାଶ୍ମୀର ଫାଇଲସ ରୋଜଗାର ସାମ୍ନାରେ ମୁକ୍ତିଲାଭ କରିଥିବା ଅନ୍ୟ ସମସ୍ତ ଚଳଚ୍ଚିତ୍ରଗୁଡ଼ିକ ଫେଲ୍ ମାରିଛି । ଭାରତରେ ଏହି ଫିଲ୍ମଟି ମୋଟ ୨୦୦.୧୩ କୋଟି ରୋଜଗାର କରିଛି ।

୨୦୦ କୋଟି କ୍ଲବରେ ସାମିଲ ହେଲା ଦି କାଶ୍ମୀର ଫାଇଲ୍ସ

ଟ୍ରେନ ଏନଲିଷ୍ଟ ତରନ ଆଦର୍ଶ ଦି କାଶ୍ମୀର ଫାଇଲସ ଫିଲ୍ମର ଆୟ ଆକଳନ କରିଛନ୍ତି । ସେ କହିଛନ୍ତି ଯେ କାଶ୍ମୀର ଫାଇଲସ ୨୦୦ କୋଟି କ୍ଲବରେ ସାମିଲ ହୋଇଛି । ଏହା ‘ସର୍ଯ୍ୟବଂଶୀ’ ଚଳଚ୍ଚିତ୍ରର ବ୍ୟବସାୟ ଠପ୍ କରିଦେଇଛି । ଏହା ମହାମାରୀ ସମୟରେ ଏହା ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର । ଦ୍ୱିତୀୟ ସପ୍ତାହ ସୁଧା ଏହି ଚଳଚ୍ଚିତ୍ର ଶୁକ୍ରବାର ଦିନ ୧୯.୧୫ କୋଟି, ଶନିବାର ଦିନ ୨୪.୮୦ କୋଟି, ରବିବାରରେ ୨୬.୨୦ କୋଟି, ସୋମବାର ଦିନ ୧୨.୪୦ କୋଟି, ମଙ୍ଗଳବାର ଦିନ ୧୦.୨୫ କୋଟି, ବୁଧବାର ୧୦.୦୩ କୋଟି ରୋଜଗାର କରିଛି।

ଦି କାଶ୍ମୀର ଫାଇଲସ ସବୁ ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ସପ୍ତାହରେ ବକ୍ସ ଅଫିସରେ କାଶ୍ମୀର ଫାଇଲସ ଯେପରି ରୋଜଗାର କରୁଛି ତାହା ପ୍ରଶଂସନୀୟ । କମ୍ ବଜେଟରେ ନିର୍ମିତ କାଶ୍ମୀର ଫାଇଲସର ଏହି ରୋଜଗାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ କିଛି ଫିଲ୍ମ ଏମିତି ଥାଏ ଯାହା ବହୁତ ଦିନ ଧରି ଟ୍ରେଣ୍ଡ କରେ, ସେ ମଧ୍ୟରୁ ଦି କାଶ୍ମୀର ଫାଇଲସ ଅନ୍ୟତମ । ଏହି ଚଳଚ୍ଚିତ୍ରଟି ଅନେକ ବଡ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି ।

କାଶ୍ମୀର ପଣ୍ଡିତମାନଙ୍କ ଯନ୍ତ୍ରଣା ଦେଖାଯାଇଥିବା କାଶ୍ମୀର ଫାଇଲସ ଦେଖିବା ପରେ ସମସ୍ତଙ୍କ ଆଖିରୁ ଲୁହ ଝରିଛି । ଏହି ଘଟଣାଟି ପ୍ରକୃତ ଘଟଣା ଉପରେ ଆଧାରିତ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିବେକ ଅଗ୍ନିହୋତ୍ରୀ। କାଶ୍ମୀର ଫାଇଲଗୁଡ଼ିକରେ ଅନୁପମ ଖେର, ଦର୍ଶନ କୁମାର, ପୁନିତ ଇସର, ମିଥୁନ ଚକ୍ରବର୍ତ୍ତୀ, ପାଲ୍ଲାଭି ଯୋଶୀଙ୍କ ପରି ଭେଟେରାନ ଅଭିନେତାମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ କାଶ୍ମୀର ଫାଇଲସ ଏହି ସପ୍ତାହରେ ଏସ୍ ଏସ ରାଜାମୌଲିଙ୍କ ଫିଲ୍ମ RRRକୁ ଟକ୍କର ଦେବ ।

Latest Posts

Don't Miss