ରତ୍ନ ପଥର ଖୋଜାବା ବେଳେ ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ

1 min read

ଅନୁଗୁଳ : ରତ୍ନ ପଥର ଖୋଜା ହେଲା କାଳ । ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ବେଲାଦୁଲା ଗ୍ରାମର ସୁଶାନ୍ତ ଝାଙ୍କର ଅଳ୍ପକେ ବର୍ତିଲେ ୧୦ ଶ୍ରମିକ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମହାନଦୀ କୂଳେ କୂଳେ ରତ୍ନ ପଥର ମାଫିଆ ମାନେ ନିରୀହ ଶ୍ରମିକଙ୍କୁ ନିୟୋଜିତ କରି ରାତିଦିନ ପଥର ଖୋଜାଇ ଥାନ୍ତି । ତେବେ  ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଥାନା କୁଲାରିକୁଦ ମହାନଦୀ ପଠାରେ ରତ୍ନ ପଥର ଖୋଜିବା ପାଇଁ ୧୦-୧୫ ଜଣ ଶ୍ରମିକ ନିୟୋଜିତ ଥିଲେ । ଏକ ବିରାଟକାୟ ପଥର ତଳେ ରତ୍ନ ପଥର ସନ୍ଧାନ ପାଇଁ ଶ୍ରମିକ ମାନେ  ଯାଇଥିବା ବେଳେ ଜଣେ ଫସି ଯାଇଥିଲେ । ଫଳରେ ବହୁତ ସମୟ ପର୍ଯ୍ୟନ୍ତ ନଆସୁବାରୁ ବୌଦ୍ଧ ଦମକଳ ବହିନୀକୁ ଖବର ଦେଇଥିଲେ । ତେବେ ଏକ ବିରାଟକାୟ ପଥରକୁ ହଟାଇବା ଦମକଳ ବହିନୀ ପକ୍ଷରେ ମଧ୍ୟ ସମ୍ଭବ ହୋଇନଥିଲା । ଫଳରେ ଅକାରଣରେ ଏକ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି।  ଅନ୍ୟପଟେ ବାରମ୍ବାର ଏହା ଉପରେ କଟକଣା କରାଯାଇଥିଲେ ବି ରାଜସ୍ୱ ବିଭାଗ ଓ ପୋଲିସ ଆଖି  ଆଗରେ ଏଭଳି କାର୍ଯ୍ୟ ଚାଲୁଛି । ପ୍ରଶାସନ ଓ ପଥର ମାଫିଆଙ୍କ ମଧୁଚନ୍ଦ୍ରିକା ପଦାରେ ପଡିଛି ।