ଫିଲ୍ମ ଷ୍ଟାଇଲରେ LED ବୋଝେଇ ଟ୍ରକ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ

1 min read

ଖୋର୍ଦ୍ଧା: ଫିଲ୍ମ ଷ୍ଟାଇଲରେ ଲୁଟି ନେଲେ LED ବୋଝେଇ ଟ୍ରକ । ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲଇଡି ବୋଝେଇ ଟ୍ରକ ଲୁଟ୍ ହୋଇଥିବା ଅଭିଯୋଗ । ଯାହାକୁ ନେଇ ଛାନବିନ୍ ଆରମ୍ଭ କରିଛି ପୋଲିସ । ବାଘମାରି ଥାନା ଅନ୍ତର୍ଗତ ବାଘମାରି ରାସ୍ତାରେ ଟ୍ରକ୍ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଡ୍ରାଇଭରକୁ ଆକ୍ରମଣ କରି ଟ୍ରକ ନେଇ ଯାଇଛନ୍ତି । ଏହି ଏଲଇଡି ବୋଝେଇ ଟ୍ରକ ଜି. ଉଦୟଗିରିରୁ ଆସୁଥିଲା ଟ୍ରକ୍ ।

ସୂଚନା ଅନୁସାରେ ଗତକାଲି ରାତି ଅଧରେ ବାଘମାରି ରାସ୍ତାରେ ଏକ LED ବୋଝେଇ ଟ୍ରକ ଆଗରେ କାର ଥୋଇଥିଲେ । ଟ୍ରକ ଆଗରେ କାର ରଖିବା ପରେ କାରରୁ ୪ ଜଣ ଯୁବକ ବାହାରି ଟ୍ରକ ଡ୍ରାଇଭରଙ୍କୁ ଟ୍ରକରାରୁ ବାହାରି ଯିବାକୁ ଧମକ ଦେଇଥିଲେ । ଡ୍ରଇଭର ଭୟରେ ଟ୍ରକରୁ ଓହ୍ଲାଇବା ମାତ୍ରେ ଟ୍ରକ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ । ତେବେ ଗତକାଲି ବିଳମ୍ବିତ ରାତିରୁ ଏପରି ଲୁଟ୍ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଲୁଟେରାଙ୍କ ଟେର ପାଉନି ପୋଲିସ ।

LED ବୋଝେଇ ଟ୍ରକ ଲୁଟ୍‌ ପରେ ଡ୍ରାଇଭର ଜଣଙ୍କୁ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଚେକପୋଷ୍ଟରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ତେବେ ଲୁଟ୍ ହୋଇଥିବା LED ଟ୍ରକର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।