spot_img

Latest Posts

ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଘର ବାହାରପଟୁ ତାଲା ପକାଇ ନିଆଁ ଲଗାଇଦେଲେ ପଡୋଶୀ

ଭଦ୍ରକ: ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଘର ବାହାରପଟୁ ତାଲା ପକାଇ ନିଆଁ ଲଗାଇଦେଲେ ପଡୋଶୀ। ଅଳ୍ପକେ ବର୍ତ୍ତିଗଲା ୬ ଜୀବନ। ଘଟଣାଟି ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ଧାମରା ଥାନା ଅଧିନ ନରସିଂହପୁର ଗାଁରେ। ପଡୋଶୀ ରବି ନାରାୟଣଙ୍କ ଦୁଇ ପୁଅଙ୍କ ସହ ବାଇକ ସାଇଡ ମରାକୁ ନେଇ ବଚସା ହୋଇଥିଲା। ସେହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କର ଦୁଇ ପୁଅ ଜଣେ ସାଙ୍ଗକୁ ଧରି ବିଳମ୍ବିତ ରାତିରେ ଲମ୍ବୋଦରଙ୍କ ଘରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ନିଆଁର ଝୁଲ ଘରେ ପଡିବା ପରେ ଘରୁ ବାହାରିବାକୁ ଉଦ୍ୟମ କରିଥିଲେ ପରିବାର ଲୋକେ। କିନ୍ତୁ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କବାଟ ଖୋଲିନଥିଲା। ବାଧ୍ୟହୋଇ ଶେଷରେ କବାଟ ତାଡି ଘରୁ ବାହରିବାପରେ କବାଟ ତାଲା ପଡିବା ସହ କିଛି ଯୁବକ ସେଠାରୁ ଦୌଡି ପଳାଇଥିଲେ। ଖବର ପାଇ ଧାମରା ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୋ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଅନ୍ୟପଟେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲମ୍ବୋଦର ଦାବି କରିଛନ୍ତି।

Latest Posts

Don't Miss