ଆଗାମୀ ୧୦ ବର୍ଷ ଯୁବ ପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ

1 min read

ଭୁବନେଶ୍ୱର : ଯୁବ ପୀଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ l ଆଗାମୀ ୧୦ ବର୍ଷ ଯୁବ ପିଢ଼ିଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଆଣିଛନ୍ତି l ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ସୂଚନା ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପି ନିର୍ବାଚନ ଇସ୍ତାହାରରେ ଖୋଜିଲେ ବି ଯୁବପିଢିଙ୍କ ପାଇଁ କିଛି ନାହିଁ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢିଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି l କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା  ୧ ଲକ୍ଷ କୋଟିର ଯୁବ ବଜେଟ ଆଣିବ। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ର ଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା। ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି। ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଯୋଜନା ରହିଛି। ଯୁବ  ପିଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ଲକ୍ଷ ରଖିଛନ୍ତି ସରକାର ।

ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇଛି । ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ବି ରୂପାନ୍ତରଣ ହୋଇଛି। ଆଗକୁ ବି କଲେଜ ରୂପାନ୍ତରଣ ଜାରି ରହିବ। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲ ରେ ଅଧିକ ସୁବିଧା ମିଳିବ। ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ ଯୁବ ପିଢ଼ିଙ୍କ ସହିତ ରହିଛନ୍ତି। ଯୁବ ପିଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ। 2024 ରୁ 2034 ଯାଏ 10 ବର୍ଷ ଭିତରେ ଓଡିଶା ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି l