spot_img

Latest Posts

ଆଜିଠୁ ବିଏମସି ଅଞ୍ଚଳରେ ବୁଲିଲା ପରିକ୍ରମା ପ୍ରକଳ୍ପ ରଥ

ଭୁବନେଶ୍ୱର : ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ପ୍ରବିତ୍ର ଉତ୍ସବ ଲାଗି ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛନ୍ତି ଭକ୍ତ। ଘରୁ ଘରୁ ଗୁଆ ଓ ଅରୁଆ ଚାଉଳ  ସଂଗ୍ରହ କରାଯାଉଛି । ଗାଁରୁ ସହର ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ପୁରା ଅଞ୍ଚଳ । ଆଜିଠୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଜୟ ଜଗନ୍ନାଥ ଧ୍ବନୀରେ ଗଗନ ପବନ ହେଉଛି ମୁଖରିତ। ଶ୍ରୀମନ୍ଦିର ପରିକ୍ରମା ରଥକୁ ସ୍ବାଗତ କରିବା ସହ ଶାନ୍ତି ଶୃଙ୍ଖଳାର ସହ ପରିକ୍ରମା କରାଇବା ପାଇଁ ବିଏମସି ଯୋଜନା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯେପରି ଅଧିକରୁ ଅଧିକ ଜଗନ୍ନାଥପ୍ରେମୀ ସାମିଲ ହୋଇପାରିବେ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ବିଏମସି।

ପ୍ରତି ଓ୍ବାର୍ଡରୁ ଗୁଆ ଚାଉଳ ସଂଗ୍ରହ କରାଯିବ। ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସୂଚାରୁରୂପେ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟିରେ କର୍ପୋରେଟର ଏବଂ ବିଏମସି ଅଧିକାରୀମାନେ ଅଛନ୍ତି। ପରିକ୍ରମା ରଥ କେଉଁଠାରୁ ବାହାରିବ, କେତୋଟି ସଂକୀର୍ତନ ମଣ୍ଡଳୀ ଆସିବେ, ସେମାନଙ୍କର ଖାଇବା, ରହିବା, ପରିକ୍ରମା କରିବା ଏବଂ ପୁରୀ ଯିବା ଆସିବା ଆଦି କାର୍ଯ୍ୟ ସୂଚାରୁ ରୂପେ କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ପ୍ରତି ୩ଟି ଓ୍ବାର୍ଡକୁ ନେଇ ଏକ ୟୁନିଟ୍ ବା କ୍ଲଷ୍ଟର ଗଠନ କରାଯାଇଛି। ୩ଟି ଓ୍ବାର୍ଡର କେନ୍ଦ୍ରସ୍ଥଳୀ କିମ୍ବା ଜଗନ୍ନାଥ ମନ୍ଦିର କିମ୍ବା ତିନି ଓ୍ବାର୍ଡର କର୍ପୋରେଟର କେଉଁ ମନ୍ଦିରରୁ ପରିକ୍ରମା ରଥ ବାହାର କରି କେଉଁ କେଉଁ ରାସ୍ତା ଦେଇ ଓ୍ବାର୍ଡ ପରିକ୍ରମା କରିବ, ତାର ଏକ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି ।

Latest Posts

Don't Miss