ରାଜଧାନୀରେ ଘରୋଇ ହସ୍ପିଟାଲ ବିରୋଧରେ ସାଂଘାତିକ ଅଭିଯୋଗ, ଚିକିତ୍ସାରେ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ

ଭୁବନେଶ୍ୱର: ହସ୍ପିଟାଲ ଅବହେଳା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ବାଲିପାଟଣା ଅଞ୍ଚଳର ପୟୋସିନି ପାତ୍ର । ତାଙ୍କର ଗୋଟିଏ ୫ ବର୍ଷ ଏବଂ ଗୋଟିଏ ୨ ମାସର ପୁଅ ଅଛନ୍ତି । ଗତ ଶନିବାର ବ୍ରେନ୍ ଷ୍ଟୋକ୍ ପରେ ଘରୋଇ ହସ୍ପିଟାଲରେ ଆଡମିଶନ ହୋଇଥିଲା । ପୟୋସିନିଙ୍କୁ ଡାକ୍ତର ଲକ୍ଷୀଧର ପାଢୀ ଚିକିତ୍ସା କରିବା ପାଇଁ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଡାକ୍ତର ନଆସି କେବଳ ଫୋନ ମାଧ୍ୟମରେ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି ।

ଶନିବାର ଆଡମିଶନ ହୋଇଥିଲେ ବି ସୋମବାର ଡାକ୍ତର ଆସିଥିଲେ । ବିଳମ୍ବିତ ରାତିରେ ଆଇସିୟୁ କର୍ମଚାରୀଙ୍କ ଅବହେଳା ପାଇଁ ମୃତ୍ୟୁ ଅଭିଯୋଗ ହୋଇଛି । ରାତି ୧୨ଟାରେ ମୃତ୍ୟୁ ହୋଇଥିବା ବେଳେ ୨ଟାରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ଥାନାରେ ଅଭିଯୋଗ କରିବେ ପରିବାର ଲୋକେ । ତେବେ ଏହି ଘଟଣାକୁ ନେଇ ହସ୍ପିଟାଲ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ମିଳିନି ।