spot_img

Latest Posts

ଆଜି ପୁଣି ଗୃହ ସରଗରମ ସମ୍ଭାବନା; ବିଭିନ୍ନ ପ୍ରସଙ୍ଗକୁ ନେଇ ଘେରିପାରନ୍ତି ବିରୋଧୀ

ଭୁବନେଶ୍ବର:  ଆଜି ପୁଣି ସରଗରମ ହେବ ବିଧାନସଭା । ୩ ଦିନର ବିରତି ପରେ ପୁଣି ବିଧାନସଭା ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ଅବସ୍ଥାରେ ଥିବାବେଳେ ସରକାରଙ୍କୁ ଟାର୍ଗେଟ କରିପାରନ୍ତି ବିରୋଧୀ । ଏହାସହିତ ଆଜି ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି।

ଶୂନ୍ୟକାଳରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା, ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ, ରାଜ୍ୟରେ ପାଣି ସଂକଟ ପରି ପ୍ରସଙ୍ଗକୁ ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇପାରେ। ସେହିପରି ଶାସକ ଦଳ ମଧ୍ୟ ବିଭିନ୍ନ ପ୍ରସଂଗ ଉଠାଇପାରେl ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। ସେହିପରି ଶିଳ୍ପ ଓ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛିl ତେବେ କଂଗ୍ରେସ ପ୍ରଶ୍ନକାଳକୁ ବୟକଟ କରିବ ନାଁ ପ୍ରତିବାଦ ଜାରି ରଖିବ ତାକୁ ନେଇ ସସପେନ୍ସ ଜାରି ରହିଛି ।

Latest Posts

Don't Miss