spot_img

Latest Posts

ସ୍ବାଭାବିକ ହେଉଛି ମାଲକାନଗିରି ; ଶାନ୍ତି ବଜାୟ ରଖିବାକୁ ଜାରି ରହିଛି ପ୍ରୟାସ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିରେ ସୁଧୁରୁଛି ସ୍ଥିତି। ଶାନ୍ତି ବଜାୟ ରଖିବାକୁ ଜାରି ରହିଛି ପ୍ରୟାସ। ସ୍ଥିତିକୁ ନଜରରେ ରଖି ଆଜି ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ କଟକଣା ବଳବତ୍ତର ରହିଛି। ଶାନ୍ତିରେ ମିଳିମିଶି ରହିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ। ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଶାସନିକ ଅଧିକାରୀ। ହିଂସାରେ ମାଲକାନଗିରି ଜିଲ୍ଲା ଏମଭି ୨୬ ଗାଁରେ ୩ କୋଟିରୁ ଅଧିକ ଟଙ୍କାର ଆସବାବପତ୍ର କ୍ଷୟକ୍ଷତି ହୋଇଛି। ଆହୁରି ଆକଳନ ମଧ୍ୟ ଜାରି ରହିଛି। ପ୍ରାୟ ୨୪୦ଟି ଘର କ୍ଷୟକ୍ଷତି ହୋଇଥିବା ବେଳେ, ଏହାର ଆକଳନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ। ଲୋକେ ଘରକୁ ଫେରୁଥିବା ବେଳେ, ବିଜୁଳି ସେବା ଓ ପାନୀୟ ଜଳ ପାଇପ ଲାଇନକୁ ପୁନଃରୁଦ୍ଧାର କରାଯାଉଛି। ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧନ ଖାଦ୍ୟ ପ୍ରଦାନ କରାଯାଉଛି। ଆଜି ରେଡକ୍ରସ ପକ୍ଷରୁ ରିଲିଫ ସାମଗ୍ରୀ ପ୍ରଦାନ କରାଯିବ। ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନ୍ୟପଟେ ମାଲକାନଗିରି ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ବିଭିନ୍ନ ଦିଗକୁ ତର୍ଜମା କରି ଫେରିବା ପରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ସେହି ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଉଭୟ ସଂପ୍ରଦାୟ ଶାନ୍ତି ଚାହୁଁଥିବା ବେଳେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି।

Latest Posts

Don't Miss