ସାମାନ୍ୟ କଥାରେ ଭାଇ ସାଜିଲା ବଇରୀ, ସାନ ଭାଇକୁ ନିର୍ମମ ହତ୍ୟା କରିଛି ବଡ଼ ଭାଇ

1 min read

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଖଇରନଟି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ l ସାମାନ୍ୟ କଥାରେ ଭାଇ ସାଜିଲା ବଇରୀ । ପଞ୍ଚଭୂତି ଗାଁର ସାନ ଭାଇକୁ ନିର୍ମମ ହତ୍ୟା କରିଛି ବଡ଼ ଭାଇ । ଏଭଳି ଏକ ହତ୍ୟାକାଣ୍ଡରେ ସାଥ୍ ଦେଇଛନ୍ତି ବଡ଼ ଭାଇର ୩ ପୁଅ । ମୃତକ ସାନ ଭାଇ ହେଲେ ରମେଶ ଶତପଥୀ । ପୁରୋହିତ କାମକୁ ନେଇ ଭାଇ ଭାଇ ମଧ୍ୟରେ ଥିଲା ବିବାଦ । ରମେଶ ବାଇକରେ ଘରକୁ ଫେରୁଥିବା ବେଳେ ଅତର୍କିତ ଆକ୍ରମଣ କରି ଛୁରୀରେ ତଣ୍ଟି କାଟି ଦେଇଥିଲେ ନିଜ ଲୋକ । ବାଇକରୁ ପଡ଼ିଯିବା ପରେ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ତେବେ ସୂଚନା ପାଇ ଘଟଣାସ୍ଥଳରେ ଜଗନ୍ନାଥପ୍ରସାଦ ପୋଲିସ ପହଞ୍ଚି ତଦନ୍ତ କରୁଛି ।