ସ୍କୁଲ ଓ କଲେଜ ପରିସର ଭିତରୁ ଚୋରି

 ଯାଜପୁର: ଯାଜପୁର ଜିଲ୍ଳା ମଙ୍ଗଳପୁର ଥାନା ଦୁବକୋଣ ଜୟଚଣ୍ଡୀ ସ୍କୁଲ ଓ କଲେଜ ପରିସରରୁ ଚୋରି ଉଦ୍ୟମ ଅଭିଯୋଗ । ଗତକାଲି ରାତିରେ କେତେକ ଦୁର୍ବୃତ୍ତ କାରରେ ଆସି ସ୍କୁଲ କ୍ୟାମ୍ପସରେ ପଶିଥିଲେ । କ୍ୟାମ୍ପସରୁ ଦୁର୍ବୃତ୍ତ ମାନେ କମ୍ପ୍ୟୁଟର, ଫ୍ୟାନ୍‌, ଇନଭର୍ଟର ଭଳି ବିଭିନ୍ନ ଜିନିଷକୁ ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ନଜରରେ ପଡ଼ିଥିଲେ । ଗ୍ରାମବାସୀ ଦୁର୍ବୃତ୍ତଙ୍କୁ ଦେଖି ପୋଲିସକୁ ଖବର ଦେଇଥିବା ବେଳେ ସମସ୍ତ ଦୁର୍ବୃତ୍ତ ଖସିଯିବାକୁ ଉଦ୍ୟମ କରିଥିଲେ । ହେଲେ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ପୋଲିସ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ଗହୀରାପାଳ ଗାଁର ପ୍ରତାପ ରାୟ । ଅନ୍ୟ ୪ଜଣ ଦୁର୍ବୃତ୍ତ ଖସିଯିବାରେ ସଫଳ ହୋଇଛନ୍ତି । ଘଟଣାରେ ଅଭିଯୁକ୍ତ ପ୍ରତାପକୁ ପୋଲିସ ପଚରାଉଚରା କରିବା ସହ ଅଧିକ ତଦନ୍ତ ଚଳାଇଛି ।

Leave a Reply